କୁଟ୍ରି ଛାପର ପଞ୍ଚାୟତରେ ବିଧାୟକଙ୍କ ଗସ୍ତ: ବିଦ୍ୟୁତ ଟ୍ରାନ୍ସଫର ଉଦଘାଟନ ଓ ଲୋକମାନଙ୍କ ଦୁଃଖ ଅନୁଭବ
ଝରିଗାଁ, ୦୬ / ୦୮ ( ନକୁଳ ଭତ୍ରା ) : ବିଧାୟକ ନିଜ ନିର୍ବାଚନ ମଣ୍ଡଳୀର କୁର୍ଟ୍ରି ଛାପର ପଞ୍ଚାୟତର ବିଭିନ୍ନ ଗାଁ ଗସ୍ତ କରି ସମସ୍ୟା ପଚାରି ବୁଝିଥିଲେ । ଝରିଗାଁ ବ୍ଳକର କୁଟ୍ରି ଛାପର ପଞ୍ଚାୟତ ର ବିଭିନ୍ନ ଗାଁ ବୁଲି ଲୋକଙ୍କ ଦୁଃଖ ବୁଝିଛନ୍ତି। ପ୍ରଥମେ ସେ ଡିପୁଗୁଡ଼ା ଗ୍ରାମକୁ ଯାଇ ଏକ ବିଦ୍ୟୁତ ଟ୍ରାନ୍ସଫରର ଉଦଘାଟନ କରିଥିଲେ। ଗ୍ରାମର ୪୦ ପରିବାର ଲୋକେ ବିଦ୍ୟୁତ ଆଲୁଅ ପାଇ ଝରିଗାଁ ବିଧାୟକ ଓ ନବରଙ୍ଗପୁର ସଂସାଦ ଙ୍କୁ ଧନ୍ୟବାଦ ଜଣାଇଛିନ୍ତି । ବିଧାୟକ ଓ ସଂସାଦ ଙ୍କ ଉଦ୍ୟମରେ ଆଳୁ ଅ ପାଇଥିବାରୁ ଗ୍ରାମବାସୀଙ୍କୁ ଉତ୍ସାହ ଦେଖିବାକୁ ମିଳିଛି । ସେଠାରୁ ଶ୍ରୀ ଭତ୍ରା କୁଟ୍ରି ଛାପର ସରକାରୀ ଉଚ୍ଚ ବିଦ୍ୟାଳୟକୁ ଗସ୍ତ କରିଥିଲେ। ଏହି ଆଶ୍ରମରେ ୧୧୦ ବିଶିଷ୍ଟ ଶଯ୍ୟା ବିଦ୍ୟାଲୟଟି ଅତି ଦୟନୀୟ ଅବସ୍ଥାରେ ରହିଥିବା ସେ ଜାଣିବାକୁ ପାଇବା ପରେ ଯଥା ଶୀଘ୍ର ବିଦ୍ୟାଳୟର ମରାମତି ପାଇଁ ପଦକ୍ଷେପ ନିଆଯିବା ବୋଲି ପ୍ରତିଶୃତି ଦେଇଛନ୍ତି। ପରେ ତୋହରା କରିଆ ଗୁଡା ମଙ୍ଗଳ ଦୋରା ବାଘ ବେଡ଼ା ରଣ୍ଡାସାହି ଆଦି ଗାଁକୁ ବୁଲି ଦେଖିଥିଲେ। ହେ ସବୁ ଗାଁ ଗୁଡିକରେ ପାଦଚଲା ଭଲ ରାସ୍ତାଟେ ନ ଥିବା ସେ ଜାଣିବାକୁ ପାଇଥିଲେ। ଏହି ସବୁ ଗାଁରେ ବର୍ଷାଦିନ ମାନଙ୍କରେ ଜନ ସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ସ୍ଥାନୀୟ ଲୋଙ୍କ ଠାରୁ ଶୁଣିବାକୁ ପାଇଥିଲେ। ରାସ୍ତା ନିର୍ମାଣ ପାଇଁ ପଦକ୍ଷ ନିଆ ଯିବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିଲେ। ବିଧାୟକଙ୍କ ଏହି ଗସ୍ତରେ ସଂସାର ପ୍ରତିନିଧି ଚନ୍ଦ୍ରଭାନୁ ନାୟକ ,ଝରିଗାଁ ମଣ୍ଡଳ ସଭାପତି ସକାଳୁ ଗଣ୍ଡ, ଗଣପତି ସାହୁ,ଗିରି ପାଣ୍ଡେ, ପ୍ରଫୁଲ୍ଲ ପ୍ରଧାନୀ, ଉମରକୋଟ ବିଧାୟକ ପ୍ରତିନିଧି ସୋନା ଗୌତମ ହରିଜନ, କୁଟ୍ରି ଛାପର ପଞ୍ଚାୟତର କାର୍ଯ୍ୟ ନିବହୀ, ଅଧିକାରୀ ସୁଚରିତା କବିରାଜ, ଝରିଗାଁ ଗୋଷ୍ଟି ସାମାଜିକ ସୁରକ୍ଷା ଅଧିକାରୀ, ସୌରଭ କେତନ ବେହେରା , ପିରୋଜ ଷଡ଼ଙ୍ଗୀ, ଲୋଚଉକ୍କା ସମେତ ବହୁ ସଂଖ୍ୟାରେ ବିଜେପି କର୍ମୀମାନେ ସାମିଲ ରହିଥିଲେ।