Hot Posts

6/recent/ticker-posts

ଛେଳି ଚରାଇ ଫେରୁଥିଲେ ମହିଲା, ବାଟରେ ମାଡ଼ମାରି ଦୁଷ୍କର୍ମ ଚେଷ୍ଟା

ଜଗତସିଂହପୁର, ୦୭ / ୦୮ : ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅଞ୍ଚଳରେ ଜଣେ ମହିଳା ଉପରେ ଦୁଷ୍କର୍ମ ଚେଷ୍ଟା ଓ ମାଡ଼ ଘଟଣା ଆଉଥରେ ଚାଞ୍ଚଳ୍ୟ ସୃଷ୍ଟି କରିଛି। ଅଭିଯୋଗ ଅନୁଯାୟୀ, ଛେଳି ଚରାଇ ଘରକୁ ଫେରୁଥିବା ବେଳେ ଏକ ଦୁର୍ବୃତ୍ତ ମହିଳାଙ୍କୁ ମାଡ଼ ମାରି ଦୁଷ୍କର୍ମ ପ୍ରୟାସ କରିଥିଲା। ଘଟଣାରେ ଘାୟଲ ହୋଇଥିବା ମହିଳା ତାଙ୍କ ସ୍ୱାମୀ ସହିତ ରଘୁନାଥପୁର ଥାନାକୁ ଯାଇଥିଲେ ଏବଂ ଏଫଆଇଆର୍ ଦାୟର କରିଥିଲେ। ପୋଲିସ ମହିଳାଙ୍କୁ ପ୍ରାଥମିକ ଚିକିତ୍ସା କରି ଘରକୁ ପଠାଇ ଦେଇଥିଲେ, କିନ୍ତୁ ଥାନା ଠାରୁ ତାଙ୍କ ଘରର ଦୂରତା ପ୍ରାୟ ୧୦ କିଲୋମିଟର ଥିବାରୁ ସେ ରାତିରେ ଚାଲି ଚାଲି ଘରକୁ ଫେରୁଥିବା ସମୟରେ ବାଟରେ ଅସୁସ୍ଥ ହୋଇ ପଡ଼ିଥିଲେ। ଏହି ଦୃଶ୍ୟ ଦେଖି ଗ୍ରାମବାସୀ ମହିଳାଙ୍କୁ ଉଦ୍ଧାର କରି ଉପଚାର ପାଇଁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ। ଏହି ଘଟଣା ଉପରେ ଜନମନରେ ଏକ ତୀବ୍ର ପ୍ରତିକ୍ରିୟା ଦେଖାଯାଇଛି। ଲୋକେ ପ୍ରଶ୍ନ ଉଠାଇଛନ୍ତି — ଏମିତି ଗୁରୁତ୍ୱପୂର୍ଣ୍ଣ ମାମଲାରେ, ଗଭୀର ଅବସ୍ଥାରେ ଥିବା ଜଣେ ପୀଡିତାଙ୍କୁ ରାତିରେ କିପରି ଅସୁରକ୍ଷିତ ଭାବେ ଘରକୁ ପଠାଯାଇପାରେ?