Hot Posts

6/recent/ticker-posts

ସ୍ୱତନ୍ତ୍ରତା କେ ଉତ୍ସବ ସ୍ୱଚ୍ଛତା କେ ସଙ୍ଗ ପାଳିତ।

ଜୟପୁର,୧୪।୮ ( ଏ. ଭେଙ୍କଟ ରାଓ ) : ପୌର ପରିଷଦ ତରଫରୁ ଆୟୋଜିତ ହର ଘର ତ୍ରିରଙ୍ଗା ହର ଘର ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଯାଇ ଏକ ତ୍ରିରଙ୍ଗା ସଭାଯାତ୍ର ଜୟପୁର ରଘୁନାଥ ମନ୍ଦିର ଛକ ଠାରୁ ଆରମ୍ଭ ହୋଇ ମୁଖ୍ୟ ଟ୍ରାଫିକ ଛକ ଦେଇ ପୌର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଏହି ତ୍ରିରଙ୍ଗା ସଭାଯାତ୍ରାରେ ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ପୌର ଉପାଧ୍ୟକ୍ଷା ବି ସୁନିତା,ଉପ ଜିଲ୍ଲାପାଳ ତଥା ପୌର କାର୍ଯନିର୍ବାହୀ ଅଧିକାରୀ ଏ ସସ୍ୟା ରେଡ୍ଡୀ, ଅତିରିକ୍ତ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୂଜା ରାଉତ, ବିଇଅ ଚନ୍ଦନ ନାୟକ, ଉପଖଣ୍ଡ ଲୋକ ସମ୍ପର୍କ ଏବଂ ସୂଚନା ଅଧିକାରୀ ଯଷୋଦା ଗାଦବା, ବାବୁ ଭାଇ ବଜରଙ୍ଗି,ଜୟପୁର ସିଟିଜେନ କମିଟି ସଭାପୋତି ବିନୋଦିନି ସନ୍ତ୍ରାପାତ୍ର ସମ୍ପାଦକ ଜି ଭି ରେଡ୍ଡୀ, ରଟାରି କ୍ଲବ ପ୍ରାଇଡ, ସିୱା ଅନୁଷ୍ଠାନ, ପତଞ୍ଜଳି ଯୋଗ ସମିତି, ପୌରର ପରିଷଦର କିଛି ପାରିଷଦ, ଅଙ୍ଗନବାଡ଼ି କର୍ମୀ, କିଛି ବିଦ୍ୟାଳୟର ଛାତ୍ର ଛାତ୍ରୀ, ଏନସିସି ଛାତ୍ର ଛାତ୍ରୀ, ଅରବିନ୍ଦ ନଗର ବିଦ୍ୟା ମନ୍ଦିରର ଘୋଷ ବାଦ୍ୟ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ମଧ୍ୟ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରିବାକୁ ଯୋଜନା କରିଥିବା ସୂଚନା ମିଳିଛି।ଏହି ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମରେ ବିଗତ ବର୍ଷ ଠାରୁ ଉପସ୍ଥିତ ସଂଖ୍ୟା କମ ରୋହିଥିବା ଦୃଷ୍ଟିକୁ ଆସିଥିଲା।