Hot Posts

6/recent/ticker-posts

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଦଳପଡା ଠାରେ ଜୋନ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ।

ଖଜୁରୀପଡା, ୨୫/୮(ଅଚ୍ୟୁତ ଜାନୀଙ୍କ ରିପୋର୍ଟ) କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦଳପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଜୋନସ୍ତରୀୟ ଦିନିକିଆ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ପଦ୍ମିନୀ ମଲିକ ଯୋଗଦେଇ ମଶାଲ ଗ୍ରହଣ ସହିତ ଦୀପ ପ୍ରଜ୍ବଳନ କରି ପ୍ରତିଯୋଗିତାକୁ ଉଦ୍ ଘାଟନ କରିଥିଲେ । ମଶାଲ ଶୋଭାଯାତ୍ରା ଲେପାକୁମ୍ପାସ୍ଥିତ ଶ୍ରୀରାମମନ୍ଦିରରୁ ଆସିଥିଲା । ଏହି କ୍ରୀଡା ପ୍ରତିଯୋଗିତାଟି ଦଳପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣଚନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବିଭିନ୍ନ ବିଭାଗରେ ଯଥା ୧୦୦ ମିଟର ଉଭୟ ବାଳକବାଳିକା, ଯୋଗାସନ,ସଟଫୁଟ, ଭଲିବଲ, ଫୁଟବଲ, ଖୋକ, କବାଡି ଇତ୍ୟାଦି ପ୍ରତିଯୋଗିତା କରାଯାଇଥିଲା । ପ୍ରତିଯୋଗିତାକୁ ଶ୍ରୀ ରଙ୍କନିଧି ବେହେରା, ସନ୍ତୋଷ କୁମାର ପ୍ରଧାନ, ତ୍ରିଲୋଚନ ନାୟକ,ବାଇଧର ବିଶ୍ୱାଳ, ଇନ୍ଦ୍ରମଣି ନାୟକ କ୍ରୀଡା ଶିକ୍ଷକ ପରିଚାଳନା କରିଥିଲେ । ପ୍ରତିଯୋଗିତାଟି ଅପରାହ୍ନ ୩ ଘଣ୍ଟିକା ସମୟରେ ଉଦ୍ ଯାପନୀ କରାଯାଇଥିଲା ଏଥିରେ ଅତିଥି ଭାବେ ଖଜୁରୀପଡା ଅତିରିକ୍ତ ଗୋଷ୍ଠୀଶିକ୍ଷା ଅଧିକାରୀ ନାର୍ସୁ କହଁର ଯୋଗଦେଇ ଥିଲେ । ପ୍ରତିଯୋଗିତା ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ରାଜ ନାରାୟଣ ଦାସ, ସସ୍ମିତା କାନୁନ ଗୋ, ପ୍ରଦୀପ ପ୍ରଧାନ, ଶଙ୍କର୍ଷଣ ଯାନୀ, ଅନନ୍ତ ଯାନୀ, ନିରଞ୍ଜନ ପ୍ରଧାନ, କିଶୋର କହଁର ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମେଡୁ ଶିକ୍ଷକ ମନୋଜ ମଲ୍ଲିକ, ନଗଲେଜୁ ଶିକ୍ଷକ ବିଘ୍ନେଶ୍ୱର ପଣ୍ଡା ଉଭୟ ପୂର୍ଣ୍ଣ ସହଯୋଗ କରିଥିଲେ ଏବଂ ଖଜୁରୀପଡ଼ା ସିଆରସି ଅଜିତ କୁମାର ପ୍ରଧାନ, ଆର୍ ନୂଆଁ ଗାଁ ସିଆରସି ଅମିୟ ମହାନନ୍ଦ,ଭାଲିଆପଡା ସିଆରସି ଜଗଦୀଶ ପ୍ରଧାନ ବିଦ୍ୟାଳୟ କମିଟି ସଭ୍ୟ ଶ୍ରୀ ଭାବିନ୍ଦ୍ର କହଁର ପ୍ରମୁଖ ଉପସ୍ଥିତ ଥିଲେ ।