Hot Posts

6/recent/ticker-posts

ତେଲେଙ୍ଗାନା ସଡ଼କ ଦୁର୍ଘଟଣାରେ ଜୀବନ ହରାଇଥିବା ତିନି ଦାଦନ ଶ୍ରମିକଙ୍କ ଦଶାକ୍ରିୟାରେ ଝରିଗାଁରେ ରାଜନୈତିକ ଦଳମାନଙ୍କ ଯୋଗଦାନ

ଝରିଗାଁ,  ୨୨ / ୦୮ (ନକୁଳ ଭତ୍ରା) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଅନ୍ତର୍ଗତ ବକଡାବେଡା ଗ୍ରାମରେ ଗତ ୧୩ /୮/୨୫ ରିଖ   ତେଲେଙ୍ଗାନାରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ତିନି ଦାଦନ ଶ୍ରମିକର ଦଶା କ୍ରିୟାରେ ଝରିଗାଁ ବ୍ଳକର ତିନି ପ୍ରମୁଖ ରାଜନୈତିକ ଦଳ ଯଥା ବିଜେପି ଏବଂ ବିଜେଡି ଓ କଂଗ୍ରେସ ସମେତ ବରିଷ୍ଠ ନେତୃବୃନ୍ଦ ମାନେ ଯୋଗଦେଇଥିଲେ। ପ୍ରଥମେ ଦିବ୍ୟଂଗତ ଅମର ଆତ୍ମାର ସଦଗତି କାମନା କରି ସ୍ମୃତି ଚାରଣ ସହ ଅଶ୍ରୃଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କଲେ। ଶୋକାକୁଳ ପରିବାର ବର୍ଗଙ୍କ ସହିତ ମିଶି ସମବେଦନା ଦେବା ସହ ଅସୁବିଧା ସୁବିଧା ବିଷୟରେ ପଚାରି ବୁଝିଥିଲେ। ବିଜେପିର ଝରିଗାଁ ବିଧାୟକ ନିରସିଂ ଭତ୍ରା ,ସାଂସଦ ପ୍ରତିନିଧି ପିଣ୍ଟୁ ଭାଇ, ବକଡାବେଡ଼ା ପଞ୍ଚାୟତ ସରପଞ୍ଚ ଚୈତୁ ଭତ୍ରା, କାନାକୋଟ ପଞ୍ଚାୟତ ସରପଞ୍ଚ ଅର୍ଜୁନ ଭତ୍ରା, ଶିବରାମ ଭତ୍ରା, ରଞ୍ଜିତ ଖୁରା, ଭଜନ କଲାର,ମଣ୍ଡଳ ସଭାପତି ଭୁଜବଳ ଗୌଡ଼,ଧାମନାଗୁଡା ପଞ୍ଚାୟତ ସଭାପତିଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତାମାନେ ଯୋଗଦେଲେ। ବିଜେଡିର ପୂର୍ବତନ ସାଂସଦ ପ୍ରତିନିଧି ପ୍ରିୟରଞ୍ଜନ ଦାସ(ବୁଲୁ), ପୂର୍ବତନ ବିଧାୟକ ପ୍ରତିନିଧି ରାମଧର ମାଝୀ, ଚାଟିଗୁଡ଼ା ପଞ୍ଚାୟତ ବିଜେଡି ସଭାପତି ସଦା ପୂଜାରୀ, ବକଡାବେଡା ପଞ୍ଚାୟତର ପୂର୍ବତନ ସଭାପତି ସନ୍ତୋଷ ବିଶୋଇ, ମଧୁ ଭତ୍ରା ଆଦି ଯୋଗଦେଇଥିଲେ।
ଝରିଗାଁ ବ୍ଲକ କଂଗ୍ରେସ ସଭାପତି କୃଷ୍ଣ ଭତ୍ରା,ଉପ ସଭାପତି ମହେଶ୍ଵର ଭତ୍ରା, ଚନ୍ଦାହାଣ୍ଡି ବ୍ଳକ କଂଗ୍ରେସ ସଭାପତି କ୍ଷେମରାଜ ବାଘ,ରତାଖଣ୍ଡିଗୁଡ଼ା ସମିତିସଭ୍ୟ ତମ୍ବୁଦାସ ପନକା, ଝରିଗାଁ ପଞ୍ଚାୟତ ସରପଞ୍ଚ ଯୋଗେଶ୍ୱର ପୂଜାରୀ, ଝରିଗାଁ ବ୍ଳକ ଯୁବ ଛାତ୍ର କଂଗ୍ରେସ ଉପ ସଭାପତି ମାର୍କଣ୍ଡ ପନକା ସମେତ କଂଗ୍ରେସର ସମସ୍ତ କର୍ମକର୍ତ୍ତା ଯୋଗଦେଇଥିଲେ। ଝରିଗାଁ ବ୍ଳକ ଜନଜାତି ସଭାପତି ଘନ ମାଝୀ ମଧ୍ୟ ଯୋଗଦେଇଥିଲେ।