ବଣୁଆଗୁଡ଼ା ଗ୍ରାମରେ ସମାଧିସ୍ଥଳକୁ ଶବ ନେବାପାଇଁ ରାସ୍ତାର ସମସ୍ୟା ।
କୋରାପୁଟ, ୨୫ / ୦୮ ( ବିପିନ କୁମାର ହିଆଲ ) : କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ, ନନ୍ଦିଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଣୁଆଗୁଡା ଗ୍ରାମ ଗୋଟିଏ ଭାଇଚାରାର ଗ୍ରାମ ଅଟେ । ଏହି ଗ୍ରାମରେ ସମସ୍ତ ଧର୍ମ ଓ ଜାତୀର ଲୋକ ପୂର୍ବରୁ ବସବାସ କରି ଆସୁଛନ୍ତି । ପ୍ରତ୍ୟେକ ସାମାଜିକ କିମ୍ବା ଧାର୍ମିକ ପାରମ୍ପାରିକ ଉତ୍ସବ ହେଉ କି ମରଣ ଓ ଜନ୍ମ ହେଉ ପରସ୍ପରକୁ ସହଯୋଗ ଓ ସାହାଯ୍ୟ କରନ୍ତି । ଗ୍ରାମର ପୂର୍ବପୁରୁଷମାନେ ବହୁବର୍ଷ ପୂର୍ବେ ଯେଉଁ ସମାଧିସ୍ଥଳ ସ୍ଥାପନ କରିଥିଲେ,ସେହି ଶ୍ମଶାନରେ ଆମେ ଗ୍ରାମବାସୀ ଶବ ଦାହ ବା ସମାଧି କରି ଆସୁଅଛୁ । କିନ୍ତୁ ଆଜି ଗ୍ରାମର ଜଣେ ବହୁଝିଅ ମୃତ୍ୟୁବରଣ କରିବାରୁ ଶବ ଶ୍ମଶାନକୁ ନେବାପାଇଁ ରାସ୍ତାର ସମସ୍ୟା ଦେଖାଯାଉଛି ।
କାରଣ ଶ୍ମଶାନ ପୁର୍ବରୁ ଯେଉଁ ଜମିଖଣ୍ଡିକ ଅଛି, ସେହି ଜମିଦେଇ ଶ୍ମଶାଣୀ ପଦାକୁ ଯିବାକୁ ହୁଏ । କିନ୍ତୁ ତାହା ଫୁଲବାଣୀ ଜିଲ୍ଲାସ୍ଥିତ ଶ୍ରୀ ଅନନ୍ତ କଅଁର ନାମକ ଜଣେ ବ୍ୟକ୍ତି କଣ୍ଟାବାଡ଼ରେ ଆବଦ୍ଧ କରିଛନ୍ତି ଯଦ୍ୱାରା ଶବ ନେବାରେ ସମସ୍ୟା ହୋଉଛି । ତେଣୁ ସେହି ସମସ୍ୟାକୁ ସମାଧାନ କରିବାକୁ ଗ୍ରାମବାସୀ କୋରାପୁଟ ଜିଲ୍ଲାପାଳ ,ଏସପି ଓ ସଦରଥାନାର ପୋଲିସ ଅଧିକାରୀଙ୍କୁ ଜଣାଇଛନ୍ତି, କିନ୍ତୁ ତାହାର କୌଣସି ପ୍ରତିକ୍ରିୟା ଏପର୍ଯ୍ୟନ୍ତ ପାଇପାରିନାହାନ୍ତି। ଏହାର ସମସ୍ୟା ଅତିଶିଘ୍ର ସମାଧାନ କରିବାକୁ ପ୍ରଶାସନ ଓ ସରକାରକୁ ଅନୁରୋଧ କରୁଛୁ। ଯଥାଶୀଘ୍ର ପଦକ୍ଷେପ ନେଇ ସମାଧାନ କରନ୍ତୁ , ନଚେତ୍ ଆମେ ଗ୍ରାମବାସୀ ଜାତୀୟ ରାଜପଥ ଅବରୋଧ କରିବୁ ।
ଉକ୍ତ ସମାଧିକାର୍ଯ୍ୟକ୍ରମରେ ନନ୍ଦିଗାଁ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଚମ୍ପା ମୁଦୁଲି, ନାୟବ ସରପଞ୍ଚ ଶ୍ରୀମତୀ ସମ୍ବାରି ଗୌଡ଼, ୱାର୍ଡ ମେମ୍ବର ଶ୍ରୀ କାର୍ତ୍ତିକ ନାୟକ, ପୂର୍ବନାୟବ ସରପଞ୍ଚ ଶ୍ରୀ ସଦାଶିବ ଗୌଡ଼, ଗ୍ରାମର ମୁଖିଆ ଶ୍ରୀ ନର୍ଶି ଚନ୍ଦ୍ର ନାଇକ, କଂଗ୍ରେସର ଜିପି ସଭାପତି ଶ୍ରୀ ସେବକ କନ୍ଦପାନ, ବିଜେଡ଼ିର ଜିପି ସଂଯୋଜକ ତ୍ରିନାଥ କନ୍ଦପାନ ଓ ଗ୍ରାମର ଏବଂ ବାହାରୁ ଆସିଥିବା ବହୁ ଭଦ୍ରବ୍ୟକ୍ତି ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
କୋରାପୁଟ ଜିଲ୍ଲା ରିପୋର୍ଟର ବିପିନ କୁମାର ହିଆଲଙ୍କ ରିପୋର୍ଟ ନବଦୂତ ନିୟୁଜ୍