ଗଣେଶ ମୂର୍ତ୍ତୀ ତିଆରି କରିବାରେ ବ୍ୟସ୍ତ ଅଭିଳାଷ ବେହେରା
ଫୁଲବାଣୀ : ୨୨/୮ (ବାଳକୃଷ୍ଣ କହଁର )ଚକାପାଦ ବ୍ଲକ ଶଙ୍କରାଖୋଲ ଅଞ୍ଚଳ ର ଅଭିଳାଷ ବେହେରା ଆଜକୁ ପ୍ରାୟ ନଅ, ଦଶ ବର୍ଷ ଧରି ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କୁ ଯୋଗାଇଆସୁଛନ୍ତି ଯଥା ଗଣେଶ, ସରସ୍ୱତି, ବିଶ୍ୱକର୍ମା, ଖୁଦୁରୁକୁଣୀ ମୂର୍ତ୍ତୀ, ଗ୍ରାମ୍ୟ ଯଜ୍ଞ କମିଟି ରାଧାକୃଷ୍ଣ ତଥା ବିଭିନ୍ନ ପ୍ରକାର ମୂର୍ତ୍ତୀ ଗୁଡିକ। ସ୍କୁଲ, କଲେଜ, ଶିଶୁମନ୍ଦିର, ପବ୍ଲିକ ଅନୁଷ୍ଠାନ, ବିଭିନ୍ନ ଗାଁ ମାନଙ୍କ ରେ ଯୋଗାଇ ଆସୁଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ମିସ୍ତ୍ରୀ, ବାଡେଇ, ଟେଲରିଙ୍ଗ, କୁମ୍ଭାର, ସୁନାରି ଏମାନଙ୍କୁ ବିଶ୍ୱକର୍ମା ଯୋଜନା ନାମରେ ସରକାର ବିଭିନ୍ନ ସହାୟତା ଘୋଷଣା କରିଥିବା ବେଳେ କାରିଗର ମାନଙ୍କ ପାଇଁ ସହାୟତା ମିଳୁନ ଥିବା କହୁଛନ୍ତି କାରିଗର। ହେଲେ ମୂର୍ତ୍ତୀ କାରିଗର କହିବାନୁସାରେ ଗୋଟିଏ ମୂର୍ତ୍ତୀ ତିଆରି କରିବାକୁ ହେଲେ ବାଉଁଶ, ସୁତୁଲୁ, ଚିଟୀକା ମାଟି, କଲର, କପଡା, ଇତ୍ୟାଦି ଆବଶ୍ୟକ ହୋଇଥାଏ। ସେତିକିରେ ସବୁ ସାମାନ କିଣା ପଡୁଛି ଯାହାକି ତାଙ୍କ ପାରିଶ୍ରମିକ ସମାନ ହେଉଛି। ଯଦି ସରକାର ଙ୍କ ତରଫରୁ କିଛି ସହାୟତା ମିଳନ୍ତା ତାହେଲେ ଆହୁରି ଅଧିକ ରୁ ଅଧିକ ତିଆରି କରି ଯୋଗାଇ ପାରନ୍ତେ ବୋଲି କହିଛନ୍ତି।କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ।