Hot Posts

6/recent/ticker-posts

ରିଷିଡ଼ା ଦୋକାନୀଙ୍କ କବଜାରେ ଫୁଟଫାଥ୍, ପ୍ରଶାସନ ନୀରବ ଦ୍ରଷ୍ଟା

କର୍ଲାମୁଣ୍ଡା, ୨୨/୦୮(ସୁଶାନ୍ତ ରଣା): ପଥଚାରୀଙ୍କ ଗମନା ଗମନକୁ ସୂଦୃଢ କରିବା ପାଇଁ ସରକାର ଆପ୍ରଣା ଉଦ୍ୟମ କରୁଥିବା ବେଳେ ବିଭିନ୍ନ ସମୟରେ କିଛି ଦୋକାନୀ ମାନେ ଅବାଧରେ ରାସ୍ତା କଡ଼ ଗୁଡିକରେ ନିଜସ୍ବ ବ୍ୟବସାୟ ପ୍ରତିଷ୍ଠାନ ବଢେଇ ବେପାର ବୃଦ୍ଧି କରିବାରେ ଲାଗିଛନ୍ତି । ସେହିପରି କର୍ଲାମୁଣ୍ଡା ବ୍ଲକ୍ ରିଷିଡା ଥିବା ରାସ୍ତାର ଫୁଟଫାଥ୍ ପାଦଚଲା ପଥଚାରୀଙ୍କ ପାଇଁ ଉଦ୍ଧିଷ୍ଟ ଥିବା ବେଳେ ରିଷିଡ଼ାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଏଥିରେ କେତେକାଂଶ ଅସ୍ଥାୟୀ ବ୍ୟବସାୟ ପାଇଁ ଫସରା ମେଳେଇ ଥିବା ବେଳେ କିଛି ସ୍ଥାୟୀ ଦୋକାନୀ ମାନେ ନିଜ ଦୋକାନ ବଢେଇ ଫୁଟ ଫାଥ୍ ଉପରେ ବେଆଇନ ଭାବେ ସାମଗ୍ରୀ ରଖିବା ନଜିର ରହିଛି । ତେବେ ରିଷିଡ଼ାରେ ଦିନକୁ ଦିନ ପଥଚାରୀ, ବାଇକ ଆରୋହୀ, ହାଲୁକା ଯାନ, ଭାରିଯାନ, ଚଲାଚଲ କରିବା ସହ ସ୍କୁଲ, କଲେଜ ଛାତ୍ରଛାତ୍ରୀ ଙ୍କ ଗମନାଗମନରେ ରାସ୍ତା ପ୍ରାୟତ ସମୟରେ ଭିଡ ରହୁଛି । ଏପରିକି ସ୍ଥାନୀୟ ବସ୍‌ଷ୍ଟାଣ୍ଡ ସହ ରାସ୍ତା କଡ଼ରେ ଏକ ସାପ୍ତାହିକ ହାଟ ପ୍ରତି ଶନିବାର ଦିନ ଚାଲୁଥିବାରୁ ସେଦିନ ନାହିଁ ନଥିବା ଭିଡ ସହ ରାସ୍ତା ଜାମ୍ ହୋଇଥାଏ ଫଳ ସ୍ୱରୂପ ବିଗତ ଦିନ ମାନଙ୍କରେ ଅନେକ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଇଛି । କିନ୍ତୁ ଏଥିପ୍ରତି କାହାର ନିଘା ନାହିଁ ।