ଟେଣ୍ତର ଟଙ୍କା ପୈଠ ନକରି ଚଲାଉଛନ୍ତି ପାର୍କି˚, ଚୁପ ରହିଛି ପୌରପାଳିକା, କାର୍ଯ୍ୟାନୁଷ୍ଠାନ ଶୂନ
ଜୟପୁର,୧୨/୮(ଏ. ଭେଙ୍କଟ ରାଓ): ସହରର ଟ୍ରାଫିକ ବ୍ୟବସ୍ଥା ସୁଧାରିବାକୁ ପୌରପାଳିକା ପକ୍ଷରୁ ଅନେକ ଗୁଡିଏ ପଦକ୍ଷେପ ନିଆଯାଉଛି। ପୁରୁଣା ବସଷ୍ଟାଣ୍ତ ସମ୍ମୁଖ ତଥା ଗୋବର୍ଦ୍ଧନମୁଣ୍ତା ନିକଟରେ ଥିବା ଖାଲି ସ୍ଥାନରେ ପାର୍କି˚ ବ୍ୟବସ୍ଥା ଲାଗି ପୌରପାଳିକା ଅଣ୍ଟା ଭିଡିଥିଲା। ମାଗଣା ବଦଳରେ ଦେୟଯୁକ୍ତ ପାର୍କି˚ ଲାଗି ଯୋଜନା କରିଥିଲା ପୌରପାଳିକା। ୨ ଘଣ୍ଟାକୁ ଦୁଇ ଚକିଆ ଗାଡି ଲାଗି ୫ଟଙ୍କା ଓ ଚାରିଚକିଆକୁ ୨୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ରାତିରେ ଦୁଇଚକିଆକୁ ୨୦ ଟଙ୍କା ଓ ଚାରିଚକିଆକୁ ୫୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଉଦ୍ଧେଶ୍ୟ ଥିଲା ଏହାଦ୍ବାରା ସହରେ ଟ୍ରାଫିକ ସମସ୍ୟା ସୁଧୁରିବ ଏବ˚ ପୌରପାଳିକାର ଆୟ ବଢିପାରିବ। ଗତ୨୦୨୪ ମସିହା ଜୁଲାଇ ମାସ ୭ ତାରିଖରେ ଏହାକୁ ଉଦଘାଟନ କରାଯାଇଥିଲା। ଗାଡି ମାଲିକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବାକୁ ୧୫ ଦିନ ଲାଗି ପାର୍କି˚କୁ ଦେୟମୁକ୍ତ କରାଯାଇଥିଲା। ଦୁଇ ସପ୍ତାହ ଫି ଦେବାକୁ ପଡିବ ନାହିଁ ବୋଲି ଘୋଷଣା କରାଯାଇଥିଲା। ତଥାପି ଗାଡି ମାଲିକମାନେ ଏଠାରେ ପାର୍କି˚ କରିବା ପାଇଁ ଆଗ୍ରହ କରୁନାହାନ୍ତି। ତେଣୁ ପୌର ପାଳିକା ପକ୍ଷରୁ ଏହାକୁ ଟେଣ୍ତର ଡକାଯାଇଥିଲା।
ଗତ ଜୁଲାଇ ୧୭ ତାରିଖରେ ଏହି ପାର୍କି˚ ସ୍ଥାନକୁ ଟେଣ୍ତର ଡକାଯାଇଥିଲା। ଏହି ଟେଣ୍ତରରେ ନୂଆସାହି ଦ୍ବିତୀୟ ଗଳିତ ଲକ୍ଷ୍ମୀ କାନ୍ତ ପଟ୍ଟନାୟକଙ୍କୁ ମିଳିଥିଲା। ଟେଣ୍ତର ଏଗ୍ରିମେଣ୍ଟ ପେପରରେ ଲିଖିତ ଭାବେ ଜଣାଇଦିଆଯାଇଛି ଯେ ଟେଣ୍ତର ପେପର ବାହାରିବାର ୭ଦିନ ମଧ୍ୟରେ ପୌର ପାଳିକାରେ ୯୦ ହଜାରଟଙ୍କା ପୈଠ କରିବାକୁ ପଡିବ ନଚେତ ଟେଣ୍ତର ନାକଚ ହୋଇଯିବ। କିନ୍ତୁ ଲକ୍ଷ୍ମୀ କେବଳ ୩୦ ହଜାର ଟଙ୍କା ଡିପୋଜିଟ କରି ଚୁପ ହୋଇ ବସିରହିଛନ୍ତି ଏବ˚ ପାର୍କି˚ ସ୍ଥଳରେ ରହୁଥିବା ଗାଡିକରୁ ଟିକସ ଆଦାୟ କରୁଛନ୍ତି। ଟେଣ୍ତରର ୬୦ ହଜାର ଟଙ୍କା ବକେୟା ରହିଥିବା ସହ ଟେଣ୍ତର ପାଇବାର ୭ଦିନ ଅବଧି ସରିଯାଇଥିଲେ ମଧ୍ୟ ଆଜିସୁଦ୍ଧା ୬୦ ହଜାର ଟଙ୍କା ପୈଠ ନକରି ଚଲାଉଥିଲେ ମଧ୍ୟ ପୌର ପାଳିକା ପକ୍ଷରୁ ତାଙ୍କୁ କିଛି ପଦକ୍ଷେପ ନିଆଯାଉନାହିଁ। ଏଣୁ ପୌର ପାଳିକା ପକ୍ଷରୁ ପାକିର୍ି˚ ଟେଣ୍ତର ନେଇଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଟେଣ୍ତର ବାତିଲ କରିବାକୁ ଦାବି ହେଉଛି।