Hot Posts

6/recent/ticker-posts

ଫସଲ ସୁରକ୍ଷା ନେଲା ଜୀବନ, ସ୍ୱାମି ସ୍ତ୍ରୀ ଙ୍କୁ ଦଳିଦେଲା ଦନ୍ତା

ପାଇକମାଳ, ୨୬ / ୦୮ : ବଣୁଆ ହାତୀ ଆତଙ୍କର ଆଉ ଏକ ନୂତନ ପ୍ରକାରଣ ପଦ୍ମପୁର ଉପଖଣ୍ଡର ପାଇକମାଳ ଥାନାଧୀନ ଧାନ୍ଦୁପାଲି ଗାଁରେ ଗୁରୁବାର ରାତିରେ ଦେଖାଦେଇଛି। ଫସଲ ଜଗିବାକୁ ବିଳରେ ରହୁଥିବା ସ୍ବାମୀ-ସ୍ତ୍ରୀଙ୍କୁ ବଣୁଆ ହାତୀ ଦଳିଦେଇ ମୃତ୍ୟୁମୁଖେ ପଠାଇଦେଇଛି।ଘଟଣାରେ ପ୍ରାଣ ହାରିଥିବା ବଳରାମ ରଣା ଓ ଶଶୀ ରଣା ଦମ୍ପତି, ପ୍ରତିଦିନ ପରି ଗତକାଲି ରାତିରେ ନିଜ ବିଳରେ ଫସଲକୁ ପଶୁଆକ୍ରମଣରୁ ସୁରକ୍ଷା କରୁଥିଲେ। କିନ୍ତୁ ଅନ୍ଧାରୀ ରାତିରେ ବଣୁଆ ହାତୀ ବିଳକୁ ପ୍ରବେଶ କରି ଉଭୟଙ୍କୁ ଦଳିଦେଇଥିଲା ଏବଂ ତା ସହିତ ପରିବା ଫସଲକୁ ମଧ୍ୟ ଧ୍ୱଂସ କରିଦେଇଥିଲା। ସକାଳେ ପରିବାରଲୋକେ ବିଳକୁ ଯାଇଥିବା ବେଳେ, ହାତୀ ଆକ୍ରମଣରେ ସ୍ବାମୀ-ସ୍ତ୍ରୀଙ୍କ ଦୁର୍ଦ୍ଦଶା ଦେହ ଓ ନଷ୍ଟ ହୋଇଥିବା ଫସଲ ଦେଖି ସମସ୍ତ ଗାଁରେ ଶୋକଛାୟା ବ୍ୟାପିଥିଲା। ଗ୍ରାମବାସୀମାନେ କହିଛନ୍ତି, ବଣୁଆ ହାତୀର ଆତଙ୍କ ପଦ୍ମପୁର ଅଞ୍ଚଳରେ ଦୀର୍ଘଦିନ ଧରି ଚାଲିଆସୁଛି। ଗୋଟିଏ ପଟେ ଚାଷୀମାନେ ଚାଷକୁ ରକ୍ଷା କରୁଛନ୍ତି, ଅନ୍ୟ ପଟେ ଜୀବନର ସୁରକ୍ଷା ପ୍ରଶ୍ନରେ ସେମାନେ ଅସହାୟ।