ରାୟଗଡ଼ା ଆପ୍ ଜିଲ୍ଲା କାର୍ଯ୍ୟାଳୟରେ 79ତମ ସ୍ଵାଧୀନତା ଦିବସ ପାଳନ
ରାୟଗଡା, ୧୬ / ୦୮ ( ଭି. ଗୌରି ଶଙ୍କର ରାଓ ) ଗତକାଲି ତା:- 15/08/2025 ରିଖ ଶୁକ୍ରବାର ଦିନ ସକାଳ 9 ଘଣ୍ଟା ସମୟରେ ଆପ୍ ର ଜିଲ୍ଲା କାର୍ଯ୍ୟଳୟ ଠାରେ 79 ତମ ସ୍ବାଧୀନତା ଦିବସ ବଡ଼ ଧୁମ୍ ଧାମରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଵାଦଲ୍ କୁମାର ଥା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଏଵଂ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ଲାବନ୍ୟ ମୋହନ ପଟ୍ଟନାୟକ ଓ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଜଳନ୍ଧର ବାଛିଲି ପ୍ରମୁଖ ଯୋଗୋଦେଇ ତାଙ୍କର ଅଭିଭାଷଣ ରଖିଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଵାଦଲ୍ ତା ପତକା ଉତ୍ତୋଳନ କରିଥିଲେ।ଶେଷରେ ଆପ୍ ର ରାଜ୍ୟ ସଂଙ୍ଗଠନ ସଂପାଦକ ତଥା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଜନ୍ମେଜୟ ସ୍ଵାଇଁ ଜୀ କହିଥୀଲେ ବର୍ତ୍ତମାନ ଆମ ଦେଶର ସରକାରରେ ବସିଥିବା ମହା ମାନବ ମାନେ ଦେଶର ଗଣତନ୍ତ୍ର ଓ ସମ୍ବିଧାନ କୁ ଦଳି ମକଚି ହତ୍ୟା କରିଛନ୍ତି। ଭୋଟ ଚୋରୀ କରି ସରକାର ଗଠନ କରିଛନ୍ତି। ଦେଶରେ ସ୍ବାଧୀନତା ବୋଲି ଆଉ କିଛି ନାହିଁ। ପୂର୍ବରୁ ଥିବା ଇଂରେଜ ଶାସନ ଠାରୁ ବର୍ତ୍ତମାନ ସରକାର ଭଳି ଯାଇଛି। ଶ୍ରୀଯୁକ୍ତ ସ୍ଵାଇଁ କହିଥିଲେ ପ୍ରତେକ ଦେଶର ନାଗରିକ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଜଣେ ଜଣେ କୁ ସାହାଯ୍ୟ କରନ୍ତୁ। ଏଵଂ କୁହନ୍ତୁ ସେ ଅନ୍ୟ ଜଣଙ୍କୁ ସାହଯ୍ୟ କରିବାକୁ। ଶେଷରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ଶ୍ରୀଯୁକ୍ତ ଜିତେନ୍ଦ୍ର ସେନାପତି ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୁ୍ନ୍ଦର କାଡ୍ରାକା, ଆଜେଶ ବାଛିଲି, ଅନ୍ତତ ଶଗଡ଼ିଆ,ରମେଶ ବାଚିଲି, ସନ୍ତୋଷ ପାଇକ, ପ୍ରଦିପ ସେନାପତି ଙ୍କ ସହ ଅନ୍ୟ ମାନେ ବହୁ ସଂଖ୍ୟକ ଯୋଗଦେଇଥିଲେ।