OTET-2025 ପରୀକ୍ଷା ସ୍ଥଗିତ — ନୂଆ ତାରିଖ ଶୀଘ୍ର ଘୋଷଣା କରିବ ବୋର୍ଡ
ଭୁବନେଶ୍ୱର, ୨୦ / ୭ : ଏକ ମହତ୍ତ୍ୱପୂର୍ଣ୍ଣ ଖବର — ଓଡ଼ିଶା ଅଧିନସ୍ଥ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)-2025 ର ପେପର୍-1 ଓ ପେପର୍-2 ପରୀକ୍ଷା ସ୍ଥଗିତ ହୋଇଛି। ଏହି ପରୀକ୍ଷା ଆଜି ରବିବାର ହେବା ଥିଲେ ମଧ୍ୟ, ଅଚାନକ ବିପରୀତ ପରିସ୍ଥିତି ହେତୁ ବୋର୍ଡ ଏହା ସ୍ଥଗିତ କରିଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE Odisha) ପକ୍ଷରୁ ଏକ ସରକାରୀ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦିଆଯାଇଛି। ତେଣୁ ଉଭୟ ପେପର୍ ପାଇଁ ନୂଆ ତାରିଖ ଶୀଘ୍ର ଘୋଷଣା କରାଯିବ।"