Hot Posts

6/recent/ticker-posts

ଗଛ ଉପରେ ଚଢ଼ିଲେ ଆସୁଛି ନେଟ୍ୱର୍କ – ନଙ୍ଗଳବୋଡ଼ ଗ୍ରାମରେ BSNL ର ଅକାମି ସେବା

ସିନାପାଲି, ୩୧ / ୭  (ସୁରେଶ ମହାନନ୍ଦ): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ଦୁର୍ଗମ ଗ୍ରାମ ନଙ୍ଗଳବୋଡ଼ ରେ BSNL ଟାୱାର ଥିବା ସତ୍ତ୍ୱେ ନେଟ୍ୱର୍କ ସେବା ପ୍ରାୟ ନାମମାତ୍ର ରହିଛି। ଲୋକେ ମୋବାଇଲରେ ସିଗ୍ନାଲ ଦେଖି ଖୁସି ହେବା ସହିତ ବ୍ୟବହାର କରିବାକୁ ଯିବା ବେଳେ ତ ଗଛ ଉପରେ ଚଢ଼ିବା ଦିନ ଆସିଛି। ଅନେକ ଛାତ୍ରଛାତ୍ରୀ ଓ ଯୁବମାନେ ଅନ୍ଲାଇନ୍ ଶିକ୍ଷା ଓ ଚାକିରି ଆବେଦନ ପାଇଁ ନେଟ୍ୱର୍କ ଉପରେ ନିର୍ଭର କରୁଛନ୍ତି, କିନ୍ତୁ ସେହି ଉଦ୍ଦେଶ୍ୟ ପୂରଣ କରିବା ପାଇଁ ଏହି ନେଟ୍ୱର୍କ ଅସମର୍ଥ। ଗ୍ରାମବାସୀଙ୍କ ମତାନୁସାରେ ଏହା ଏକ ବଡ଼ ଯନ୍ତ୍ରଣାର ବିଷୟ ହୋଇଯାଇଛି। ଗ୍ରାମ ଜନତା ଦାବି କରୁଛନ୍ତି ଯେ, ଏହି ଅଞ୍ଚଳରେ ଗୁଣବତ୍ତାପୂର୍ଣ୍ଣ ଓ ସ୍ଥିର ନେଟ୍ୱର୍କ ସେବା ଦେବା ପାଇଁ ସଂପୃକ୍ତ ବିଭାଗ ଦୃଢ଼ ପଦକ୍ଷେପ ନେଉ। ନଚେତ୍, ତାଙ୍କର ଶିକ୍ଷା, ଚାକିରି ଓ ଦୈନିକ ଜୀବନ ଉପରେ ଏହା ଗଭୀର ପ୍ରଭାବ ପକାଇବ।