Hot Posts

6/recent/ticker-posts

ସୁଭଦ୍ରା ଯୋଜନାରୁ ବାଦ ପଡିଛନ୍ତି କି? କରିବାକୁ ପଡ଼ିବନି ପୁନଃ ଆବେଦନ

ଭୁବନେଶ୍ୱର, ୩୧ / ୦୭ : ଓଡ଼ିଶା ସରକାରଙ୍କ ସୁଭଦ୍ରା ଯୋଜନାକୁ କେନ୍ଦ୍ରକରି ଏବେପର୍ଯ୍ୟନ୍ତ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ତାଙ୍କ କଥାନୁସାରେ, ପୂର୍ବରୁ ବାଦ ପଡ଼ିଥିବା ଲାଗଭଗ ୨ ଲକ୍ଷ ମହିଳାଙ୍କୁ ପୁନଃ ଆବେଦନ କରିବାକୁ ଆବଶ୍ୟକ ନାହିଁ। ସରକାର ସ୍ୱୟଂ ତଥ୍ୟ ଯାଞ୍ଚ କରି ବିଶ୍ୱସନୀୟ ହେଲେ ହିଁ ସେମାନଙ୍କୁ ଆବଶ୍ୟକ ଅର୍ଥ ସାହାଯ୍ୟ ଦେବ। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏପର୍ଯ୍ୟନ୍ତ ୭,୦୦୦ ହିତାଧିକାରୀଙ୍କ ମତାମତ ସଂଗ୍ରହ ହୋଇଯାଇଛି, ଯାହାକି ଆସନ୍ତା ୧ ମାସ ମଧ୍ୟରେ ୨୨,୦୦୦ ଜଣ ପର୍ଯ୍ୟନ୍ତ ପହଁଚିବା ଟାର୍ଗେଟ ରହିଛି। ଅଭିଯାନ ପାଇଁ ଆହୁରି ୧୮ ଦିନ ସମୟ ରହିଛି ଓ ସମୟ ସୀମା ଭିତରେ ଲକ୍ଷ୍ୟ ପୂରଣ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଏହାସହ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହେଉଛି – ସୁଭଦ୍ରା ପୋର୍ଟାଲ ଆଗଷ୍ଟ ୯ ରୁ ପୁନଃ ଖୋଲିବ। ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡ଼ିବା ପାଇଁ ସ୍ୱତନ୍ତ୍ର ସର୍ଭେ ହେବ। ସେହିପରି, ୨୧ ବର୍ଷ ବୟସ ପୂରଣ କରିଥିବା ଯୁବତୀ/ମହିଳାମାନେ ଏହି ଯୋଜନା ପାଇଁ ଆବେଦନ କରିପାରିବେ।ଅନୁଷ୍ଠାନର ଏକ ନୂଆ ପ୍ରୟାସ ଭାବେ, ସରକାର ପ୍ରଥମ କିସ୍ତି ନେବା ପରେ ହିତାଧିକାରୀଙ୍କ ଆର୍ଥିକ ପରିସ୍ଥିତି ନେଇ ଅନ୍ତର୍ଗତ ତଦନ୍ତ କରିବାକୁ ଯାଉଛି। ଯେଉଁମାନେ ଅଯୋଗ୍ୟ ଘୋଷିତ ହେବେ ସେମାନଙ୍କୁ ଆଉ ଟଙ୍କା ଦିଆଯିବ ନାହିଁ! ଏହା ସହ ବଡ଼ ଉଲ୍ଲେଖନୀୟ ତଥ୍ୟ ହେଉଛି — ୬୦ ବର୍ଷ ବୟସ ପୂରଣ କରିଥିବା ୯୩ ହଜାର ମହିଳାଙ୍କୁ ସିଧାସଳଖ SSPD ଯୋଜନା ମାଧ୍ୟମରେ ଭତ୍ତା ପ୍ରଦାନ କରାଯିବାକୁ ବିବେଚିତ କରାଯାଇଛି।,