ରାଇଖୋଲ ଗ୍ରାମରେ କର୍କଟ ସଂକ୍ରାନ୍ତି ପାଳିତ
ଚକାପାଦ: ୧୭/୭ (ସମିସ) : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଶଙ୍କରାଖୋଲ ପଞ୍ଚାୟତ ରାଇଖୋଲ ଗ୍ରାମ ଧର୍ମ ମଣ୍ଡପ ଠାରେ କର୍କଟ ସଂକ୍ରାନ୍ତି ହେବା ସହ ଗ୍ରାମ ବିକାଶ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଏହି ଯଜ୍ଞ ରେ ହରିନାମ , ଘୃତଯଜ୍ଞ, ଜ୍ଞାନଯଜ୍ଞ,ଅର୍ଣ୍ଣଯଜ୍ଞ ହେବାସହ ବହୁ ଦୂରଦୂରାନ୍ତର ରୁ ୪୫ ଖଣ୍ଡ ଗାଁ ର ପୁରୁଷ ଓ ମହିଳା ଭକ୍ତ ମାନେ ଆସି ସଂକ୍ରାନ୍ତି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ ! ଏଥିରେ ଗଣେଶ୍ୱର ଗୁରୁଜୀ, ଦାଶରଥି ଗୁରୁଜୀ, ସିରାସ୍ତ ମଲ୍ଲିକ, ସୁରେଶନ ମଲ୍ଲିକ, ଅଭିରାମ କହଁର ଭକ୍ତ ମାନଙ୍କୁ ପ୍ରବଚନ ଶୁଣାଇଥିଲେ ! ଏଥିସହ ଗ୍ରାମ ବିକାଶ ତରଫରୁ ବୃକ୍ଷ ରୋପଣ କରାଯାଇଥିଲା ! ସେଥି ମଧ୍ୟରୁ ୫ ପ୍ରକାର ଗଛ ଯଥା ଜାମୁ, ଅଶୋଥତ, ବଟବୃକ୍ଷ, ଅର୍ଜୁନ, ତୁଳସୀ ଲଗାଯାଇଛି ! ଯାହାରି ଫଳରେ ଏହି ଗଛ ଗୁଡିକ ଅଧିକ ପରିମାଣ ରେ ଅମ୍ଳଜାନ ସ୍ୟାଦିଷ୍ଟ ଫଳ, ଔଷଧିୟ, ଜଳ, ଇତ୍ୟାଦି କାର୍ଯ୍ୟରେ ଲଗାଯାଉ ଥିବାରୁ ଏହି ଗଛ ଗୁଡିକ ଲଗାଯାଇଥିଲା ! ଏହି କାର୍ଯ୍ୟକ୍ରମ କୁ କମିଟି ର ସଭାପତି ସିରାସ୍ତ ମଲ୍ଲିକ,ସମ୍ପାଦକ ଅଭିରାମ କହଁର, ପରିଚାଳକ ବିଶ୍ୱନାଥ କହଁର, ଗ୍ରାମ୍ୟ କମିଟି ସଭାପତି ଶଶିଦେବ କହଁର, ସମ୍ପାଦକ ସୁରେଶନ ମଲ୍ଲିକ, ଉପସଭାପତି କବିରାଜ ମଲ୍ଲିକ ସୁଚାରୁ ରୂପେ ସମ୍ପାଦନା କରିଥିଲେ ! ଶେଷରେ କାର୍ଯ୍ୟକ୍ରମ କୁ ଅଭିରାମ କହଁର ପରିଚାଳନା କରିଥିବା ବେଳେ ଚନ୍ଦ୍ରସେଖର କହଁର ସମସ୍ତ ଙ୍କୁ ଧନ୍ୟବାଦ ଜଣେଇଥିଲେ !କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ ନବଦୂତ ନିୟୁଜ !