Hot Posts

6/recent/ticker-posts

କୋରାପୁଟ ରେ ବଜ୍ରପାତର ବିପଦ—୭ଟି ଗାଈ ମୃତ, ଜଣେ ବ୍ୟକ୍ତି ଗୁରୁତର; ଆଶଙ୍କାଜନକ ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର

କୋରାପୁଟ, ୨୦ / ୭ ( ବିପିନ କୁମାର ହିଆଲ ) :  ପ୍ରାକୃତିକ ବିପଦ କେବେ କକାହାକୁ କେମିତି ଆଘାତ କରିଦେବ କହିପାରିବା ନାହିଁ । ଏପରି ଏକ ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଏ ମାଲକାନଗିରି ପଞ୍ଚାୟତର ବାଡ଼ମଗୁଡ଼ା ଗ୍ରାମରେ, ଯେଉଁଠାରେ ବଜ୍ରପାତରେ ୭ଟି ଗାଈ ଓ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଗତ (୧୮ ଜୁଲାଇ, ୨୦୨୫) ସନ୍ଧ୍ୟା ୪:୨୦ ମିନିଟ୍ ଭିତରେ ଘଟିଥିଲା, ଯେତେବେଳେ ଗ୍ରାମବାସୀ ଶ୍ରୀ ବୁଧୁ ପ୍ରଧାନୀ ଚାରଣ ପାଇଁ ତାଙ୍କ ହଳ ବଳଦ ଓ ଗାଈ ମାନଙ୍କ ସହିତ ଗୋଟିଏ ବଡ଼ ଗଛ ତଳେ ଥିଲେ। ହଠାତ୍ ବଜ୍ରପାତ ହେବାରେ ସେଠାରେ ଥିବା ୭ଟି ଗାଈ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ, ଓ ବୁଧୁ ପ୍ରଧାନୀ ଗୁରୁତର ଭାବେ ଆହତ ହୋଇ ମୁର୍ଛା ହୋଇଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ତୁରନ୍ତ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲକୁ ନେଇଥିଲେ, ଯେଉଁଠାରୁ ତାଙ୍କ ଗମ୍ଭୀର ଅବସ୍ଥା ଦେଖି ବ୍ରହ୍ମପୁର ଗୋଷ୍ଠୀ ଚିକିତ୍ସାଳୟକୁ  ସ୍ଥାନାନ୍ତର କରାଯାଇଛି। ଏହି ଅପ୍ରତ୍ୟାଶିତ ଘଟଣା ଗାଁ ଓ ପରିବାର ପ୍ରତି ଏକ ଗଭୀର ଆଘାତ ସୃଷ୍ଟି କରିଛି। ଗାଈ ଗୁଡିକର ମୃତ୍ୟୁ ଜଣେ ଚାଷୀ ପାଇଁ କେତେ ବଡ଼ ଅର୍ଥନୈତିକ କ୍ଷତି ହୁଏ, ତାହା ଅନୁଭବ କରିପାରିବା ଅତି ଦୁର୍ଲଭ ନୁହେଁ।