Hot Posts

6/recent/ticker-posts

"ପ୍ରତି ଝିଅ ପାଇଁ ଗଛ ଏକ ପ୍ରତୀକ" —ଗଛ ରୋପଣ କାର୍ଯ୍ୟକ୍ରମ ସହ ନବଜାତ କନ୍ୟାଙ୍କୁ ଦିଆଗଲା ଉପହାର

ନବରଙ୍ଗପୁର, ୧୯ / ୭ ( ନକୁଳ ଭତ୍ରା ) :ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକକ୍ ଅଧୀନରେ ଥିବା ଜୁନାପାଣି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଝିଅ ମାନଙ୍କୁ ସ୍ଵାଗତ ସହିତ ପରିବେଶ ସୁରକ୍ଷା ଏବଂ ପ୍ରକୃତି ସଚେତନତା ଅଭିଯାନ " ଶିଶୁ କନ୍ୟାକୁ ବଞ୍ଚାଅ ଝିଅ କୁ ପଢ଼ାଅ " ଏବଂ ବିଜୁକନ୍ୟା ରନ୍‌ ଯୋଜନା ମାଧ୍ୟମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଫଳ ଚାରା ଆମ୍ବ ,ସଜନା ,ପିଜୁଳି, ଅଁଳା , ବଉଳ , ଜାମୁକୋଳି ଆଦି ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟ କ୍ରମରେ ମୂଖ୍ୟ ଅତିଥି ଭାବେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ଡାବୁଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ।ଶରତ ମାଝୀ ଜୁନାପାଣି ସରପଞ୍ଚ ଦୟାନିଧି ଭତ୍ରା ଜିଲ୍ଲା ଶାରୀରିକ ଶିକ୍ଷା ନିରିକ୍ଷକ ପ୍ରଭାତ କୁମାର ପଟ୍ଟନାୟକ ଡାବୁଗାଁ ବ୍ଳକ୍ ଶିକ୍ଷା ଅଧିକରୀ ରଶ୍ମିତ ନେତାମ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମିନତୀ ଦାସ ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ଭଗବାନ ମାଝୀ ଓ ସନ୍ତୋଷ କୁମାର ସାହୁ , ଅଙ୍ଗନୱାଡ଼ି ସୁପରଭାଇଜର ରୋଜାଲିନ ପ୍ରଧାନ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟା.. ଳୟ ପ୍ରଧାନ ଶିକ୍ଷକ ଗୌତମ ବାରିକ , ଶିକ୍ଷକ ସେଜଗନ୍ନାଥ ରା ଓ ଓ ଶିକ୍ଷକମାନେ କାର୍ଯ୍ୟରେ ନିୟୋଜିତ ଥିଲେ । ଭକ୍ତ କାର୍ଯ୍ୟକ୍ରମ ରେ ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ ସମସ୍ତଙ୍କୁ ସ୍ଵାଗତ କରିବା ସହ କାର୍ଯ୍ୟକ୍ରମ ବିଷୟ ଉପରେ ଆଲଚନା କରିଥିଲେ । ଯାହାର ଲକ୍ଷ୍ୟ ଥିଲା ଶିଶୁ କନ୍ୟାର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି ମହିଳାଙ୍କ କାର୍ଯ୍ୟଦକ୍ଷତା ଏବଂ ସାମଗ୍ରିକ ବିକାଶ ସହ ଶିଶୁ କନ୍ୟା ପାଇ ଲିଂଗଗତ ଅସମାନ୍ୟତା ଦ୍ୱର କରିବା ଏବଂ ସୁରକ୍ଷା ଓ ଶିକ୍ଷତ କରିବା ପୁଷ୍ଟିକରଣରେ ଉନ୍ନତି ଏବଂ ଏକ ପାରି ପାର୍ଶ୍ଵିକ ସୁରକ୍ଷା ଯୋଗାଇବା ଆଦି ପ୍ରଧାନ ଦେବା । ଯୋଜନା ଅଧୀନରେ ଉପସ୍ଥିତ ପ୍ରତ୍ୟେକ ନବଜାତ ଇ ସନ୍ତାନର ପରିବାରକୁ ମୂଖ୍ୟ ଅତିଥି ଅତିରିକ୍ତ ଜିଲ୍ଲା ପାଳ ତପନ କୁମାର ଖୁଣ୍ଟିଆ ଙ୍କ ଦ୍ଵାରା ଗର୍ବର ପ୍ରତିକ ଭାବରେ ଏକ ଗଛ ବିଶେଷକରି ଏକ ଫଳ ଗଛ ଲଗାଇବା ସହ ସମସ୍ତ ନବଜାତ କନ୍ୟା ସନ୍ତାନର ପରିବାରଙ୍କୁ ଏକ ମାନପତ୍ର ପ୍ରଦାନ ସହ ଏକ ଉପହାର ଦେଇ ସମ୍ମାନୀତ କରାଯାଇଥିଲା। ପରିଶେଷର ନବରଙ୍ଗପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପ୍ରୋବେସନ ଅଫିସର କିଶୋର ଚନ୍ଦ୍ର ମାର୍ଥା କାର୍ଯ୍ୟାକ୍ରମଙ୍କୁ ପରିଚାଳନା କରିବା ସହ ଧନ୍ୟବାଦ ଜଣାଇଥିଲେ।