Hot Posts

6/recent/ticker-posts

ସ୍ୱର୍ଗତ ସୌମ୍ୟାଶ୍ରୀ ବିଶିର ଅମର ଆତ୍ମାର ସଦଗତି ପାଇଁ ଫୁଲବାଣୀ ଠାରେ ସମୂହ ଦୀପଦାନ।

ଫୁଲବାଣୀ:୧୯/୭(ସମିସ) ବାଲେଶ୍ଵର ଜିଲା ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ପୋଡିହୋଇ ଆତ୍ମଦାହ ଘଟଣାରେ ଜିଲା ମିଳିତ ନାଗରିକ କମିଟି ଓ ବରିଷ୍ଠ ନାଗରିକ ସଂଘ କନ୍ଧମାଳ ପକ୍ଷରୁ ବୟନିକା ପ୍ରାଙ୍ଗଣରେ ସମୂହ ଦୀପଦାନ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଛି।ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ଛାତ୍ରୀମାନଙ୍କୁ ସୁରକ୍ଷା ଅଭାବରୁ ଏଭଳି ଅଭାବନୀୟ ଘଟଣା ଘଟୁଛି। ଏଭଳି ନିର୍ଯ୍ୟାତନାର ଶିକାର ହେଉଥିବା ଝିଅମାନଙ୍କୁ ସୁରକ୍ଷା ପ୍ରଦାନ ରେ ସରକାରୀ ଅବହେଳା ଏହା ଏକ ନଗ୍ନ ଉଦାହରଣ। କଠୋର ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଅଭାବ ରୁ ଶିକ୍ଷାନୁଷ୍ଠାନ ମାନଙ୍କ ରେ ଏହା ଦିନକୁ ଦିନ ବୃଦ୍ଧି ପାଉଛି। ମୃତ ସୌମ୍ୟାଶ୍ରୀ ଙ୍କ କ୍ଷେତ୍ରରେ ସରକାର ଅଭିଯୁକ୍ତ ମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଫାଷ୍ଟ ଟ୍ରାକ କେସ ମାଧ୍ୟମରେ ତିନିମାସ ମଧ୍ୟରେ ଦଣ୍ଡ ବିଧାନ କରିବାକୁ ଦାବୀ କରାଯାଇଛି। ଏହି ଶ୍ରଦ୍ଧାଞ୍ଜଳି ସଭାରେ ମିଳିତ ନାଗରିକ କମିଟିର ଆବାହକ ଅଶୋକ ପରିଡା ଙ୍କ ସହ, ଡ ଅରୂପ କୁମାର ଜେନା,ପ୍ରଶାନ୍ତ ପ୍ରଧାନ, ଉମେଶ ପାତ୍ର, ଜିତେନ୍ଦ୍ର ବିଷୋଇ, ପ୍ରମୋଦ ସାହୁ,ନାରାୟଣ ସାହୁ ଓ ବରିଷ୍ଠ ନାଗରିକ କମିଟିର ସଭାପତି ପଦ୍ମ ଚରଣ ସ୍ୱାଇଁ,ପ୍ରଣବ ମଣ୍ଡଳ, ବଂଶୀଧର ପଣ୍ଡା,ନବୀନ କିଶୋର ପଣ୍ଡା,ବ୍ରଜ ପଟନାୟକ, ପ୍ରଦୀପ ବିଷୋଇ ,ଦେବ ପ୍ରକାଶ ପଣ୍ଡା, ଶ୍ୟାମ ବନ୍ଧୁ ମହାରଣା,ପଦ୍ମ ଚରଣ ମହାନ୍ତି,ନବ କିଶୋର ରଥ,ମଞୁଳା ପାଣିଗ୍ରାହୀ, ମୋହନ ପ୍ରଧାନ, ଭୀମସେନ ମିଶ୍ର, ପ୍ରମୁଖ ବହୁ ସମ୍ବେଦନଶୀଳ ବ୍ୟକ୍ତି ଦୀପଦାନ କରିଥିଲେ।କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ରିପୋର୍ଟ ନବଦୂତ ନିୟୁଜ !