ମଧୁବାବୁ ପେନସନ ଭତ୍ତା ଓ ବାର୍ଦ୍ଧକ୍ୟ ଭତ୍ତା ପାଇବା ନିମନ୍ତେ ହିତାଧିକାରୀ ହନ୍ତସନ୍ତ।
କୋରାପୁଟ, ୨୦ / ୭ ( ବିପିନ କୁମାର ହିଆଲ ) : କୋରାପୁଟ ଜିଲ୍ଲା ମସ୍ତିପୁଟ ଗ୍ରାମପଞ୍ଚାୟତର ଭତ୍ତା ବଣ୍ଟନ ଗ୍ରାମ ବଙ୍ଗଳାଗୁଡା ଗ୍ରାମରେ ୫ ଗୋଟି ଗ୍ରାମ ଯଥା; ତୋଟାଆମ୍ବଗୁଡ଼ା,ବାରିଗୁଡ଼ା, ଯାନିଗୁଡ଼ା, ବଙ୍ଗଳାଗୁଡ଼ା ଓ ଲାଦ୍ରୀମାଲିଗୁଡ଼ାର ବୃଦ୍ଧବୃଦ୍ଧା ମାନଙ୍କୁ ମସ୍ତିପୁଟ ପଞ୍ଚାୟତର (ପିଇଓ) ଅର୍ଥାତ୍ ପଞ୍ଚାୟତ ଅଧିକାରୀ ଶ୍ରୀ ଭୁବନ ନାୟକ ଫକିର ମୋହନ ୟୁନିଭରସିଟିର ଛାତ୍ରୀ ସ୍ଵର୍ଗତା ଶ୍ରୀମତୀ ସୌମ୍ୟାଶ୍ରୀ ବିଶିଙ୍କ ନ୍ୟାୟ ପାଇଁ ସାରା ରାଜ୍ୟ ବନ୍ଦ୍ ପାଳନ କରୁଥିବା ସମୟରେ ବୃଦ୍ଧ ଓ ବୃଦ୍ଧାମାନଙ୍କୁ ୧୭/୦୭/୨୦୨୫ ତାରିଖ ପୂର୍ବାହ୍ନ ୧୦ ଘଣ୍ଟିକାରେ ଭତ୍ତା ବଣ୍ଟନ କରିବା ଉଦ୍ଦେଶ୍ୱରେ ଡ଼ାକି ସନ୍ଧ୍ୟା ୪ଘଣ୍ଟା ହେବା ପର୍ଯ୍ୟନ୍ତ ଦେଖାନାହିଁ। ବୃଦ୍ଧ ଓ ବୃଦ୍ଧାମାନେ ଭୋକ ଉପାସରେ ପିଇଓ କୁ ଅପେକ୍ଷା କରି କରି ହନ୍ତସନ୍ତ ହୋଇ କେହି କେହି ଭୋକରେ ଶୋଇ ପଡ଼ିଥିଲେ। ପିଇଓ ଶ୍ରୀ ଭୂବନ ନାୟକ କେବେ ବି ଠିକ୍ ସମୟରେ ଭତ୍ତା ବଣ୍ଟନ କରୁନାହିଁ କି ଠିକ୍ ତାରିଖରେ ଭତ୍ତା ଦେଉନାହିଁ ବୋଲି ଭାତ୍ତାଧିକାରିମାନେ ଅଭିଯୋଗ କରିଛନ୍ତି। ତେଣୁ ଏପରି ମନମୁଖୀ ପିଇଓ ମାନଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଉ କିମ୍ବା ବହିସ୍କାର କରାଯାଉ ।