Hot Posts

6/recent/ticker-posts

କୋରାପୁଟରେ ବୁଲା ଗାଇ-କୁକୁର ପାଇଁ ଟ୍ରାଫିକ ସମସ୍ୟା , ଦୁର୍ଘଟଣା ବୃଦ୍ଧିରେ ଚିନ୍ତାଜନକ ଅବସ୍ଥା

କୋରାପୁଟ, ୨୦ / ୭ ( ଗୁପ୍ତ ପ୍ରସାଦ ପତ୍ରିକା ): କୋରାପୁଟ ସହର ରେ ଟ୍ରାଫିକ୍‌ ଜାମ୍, ଦୁର୍ଘଟଣା ଓ ସାଧାରଣ ଲୋକଙ୍କ ଯାତାୟାତ ଉପରେ ଆସିଥିବା ଅନ୍ୟତମ ଚିନ୍ତାଜନକ ସମସ୍ୟା ହେଉଛି ବୁଲା ଗାଇ, ବୁଲା କୁକୁର ଓ ଅନ୍ୟ ପଶୁପାଳିତ ପ୍ରାଣୀମାନଙ୍କର ରାସ୍ତା ମଝିରେ ଅବାଧ ଚଳାଚଳ। ଅନେକ ଗାଈ ମାଲିକମାନେ ଖିର ବାହାରକରି ଅନାଧିକୃତ ଭାବେ ଗାଈମାନଙ୍କୁ  ଛାଡ଼ି ଦେଉଛନ୍ତି, ଫଳରେ ଏହି ପଶୁମାନେ ଦଳ, ଦଳ ହୋଇ ସଡକ ଉପରେ ବସି ରହିଛନ୍ତି। ଏହି ଅବସ୍ଥାରେ ଆସୁଥିବା ଟ୍ରାଫିକ୍ ରୋକାଯାଉଛି, ଯାତ୍ରୀମାନେ ଅନେକ ସମୟ ପର୍ଯ୍ୟନ୍ତ ଅଟକି ପଡ଼ୁଛନ୍ତି, ତଥା ଅନେକ ସମୟ ଅସୁବିଧା ସହିବାକୁ ପଡ଼ୁଛି। ବୁଲା କୁକୁରମାନେ ମଧ୍ୟ ଏହି ସମସ୍ୟାର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ। ଅନେକ ରାସ୍ତାରେ କୁକୁରମାନେ ହଠାତ୍ ବାଇକ୍, ଟ୍ରକ୍ ଆଗରେ ଆସିଯାଉଛନ୍ତି, ଫଳରେ ଚାଳକ ଦୁର୍ଘଟଣାର ସିକାର ହେଉଛନ୍ତି। ଅନେକ ପ୍ରକାର ଘଟଣାରେ ଛୋଟ ଛୋଟ ପିଲାମାନେ କୁକୁର ଦ୍ୱାରା କାମୁଡ଼ାଯାଇ ଗମ୍ଭୀର ଆହତ ହେବା ପର୍ଯ୍ୟନ୍ତ ଘଟିଛି। ସାଧାରଣ ଲୋକଙ୍କ ମଧ୍ୟରୁ ଦାବି ହେଉଛି ଯେ, କେବେ ପଞ୍ଚାୟତ କିମ୍ବା ପୌରପରିଷଦ ଏହି ବୁଲା ପଶୁ ଧରିବାକୁ ବ୍ୟବସ୍ଥା ନେବ? ଯେଉଁଠି ଅନ୍ୟ ଜିଲ୍ଲାମାନେ ଭେଣ୍ଡିଂ ଜୋନ୍, ଆଶ୍ରୟ ସ୍ଥଳ ଓ ଗୋଶାଳା ପ୍ରତିଷ୍ଠା କରିଛନ୍ତି, ସେଠି କୋରାପୁଟ ପୌରପରିଷଦ ଏପରି ସଠିକ୍ ପଦକ୍ଷେପ ଗ୍ରହଣ କରିନାହାନ୍ତି। ଏହି ସମସ୍ୟା ସମାଧାନ ପାଇଁ ନିୟମିତ ଚାଲିଥିବା ଜନଜୀବନ ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଏବେ ସମୟ ଆସିଛି — ଗଂଭୀର ଚିନ୍ତା କରି ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବା ଆବଶ୍ୟକ।