Hot Posts

6/recent/ticker-posts

ହତ୍ୟାରେ ଅନ୍ତ ହେଲା ପ୍ରେମ ବିବାହ

କେନ୍ଦୁଝର, ୩୧ / ୦୭ : ଝୁମ୍ପୁରା ଥାନା ଅନ୍ତର୍ଗତ ଏକ ମୃତ୍ୟୁ ଘଟଣା ଏବେ ସାର୍ବଜନୀନ ଚର୍ଚ୍ଚାର ବିଷୟ ହୋଇଛି । ସାତମାସ ପୂର୍ବରୁ ପ୍ରେମ ବିବାହ ବନ୍ଧନରେ ବନ୍ଧିତ ହୋଇଥିବା ଏମଡି ମନାନ (୪୫) ଓ ଶକୁନ୍ତଳା ଦାସ (୩୫)ଙ୍କ ଦାମ୍ପତ୍ୟ ଜୀବନ ଏମିତି ଦୁଃଖଦ ଅନ୍ତରେ ପହଞ୍ଚିବ, ଏହା କେହି ଭାବିନଥିଲେ। ଏବେ ଶକୁନ୍ତଳାଙ୍କ ମୃତ୍ୟୁ ମାମଲାରେ ମନାନଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରିଛି ପୋଲିସ। ପୋଲିସ ସୂଚନା ଅନୁଯାୟୀ, ମନାନ ଓ ଶକୁନ୍ତଳାଙ୍କ ବିବାହ ସମ୍ପୂର୍ଣ୍ଣ ସହମତି ଉପରେ ହୋଇଥିଲେ ମଧ୍ୟ, ଘରୋଇ ଦ୍ଵନ୍ଦ୍ୱ, ଦ୍ୱିତୀୟ ବିବାହ ନେଇ ଅସନ୍ତୋଷ, ଏବଂ ମଦ୍ୟପାନ ଆଦି ନିମନ୍ତେ ଘରେ ବାରମ୍ବାର କଳହ ହେଉଥିଲା। ପରିବାର ସୂତ୍ର ରୁ ଜଣାପଡ଼ିଛି ଯେ ଶକୁନ୍ତଳା ପୂର୍ବରୁ ବି ନିଜ ବାପଘରକୁ ଯାଇଥିଲେ ଓ  ଗତ ଦୁଇ ଦିନ ତଳେ ସେ ପୁଣି ଘରକୁ ଫେରିଥିଲେ।ଗତକାଲି ସନ୍ଧ୍ୟାରେ ଏକ ମାମୂଲି ଝଗଡ଼ା ଦୂର୍ଘଟନାର ରୂପ ଧାରଣ କରିଥିଲା। ଶକୁନ୍ତଳାଙ୍କ ଭାଇ ମକରଧର ଦାସଙ୍କ ଅଭିଯୋଗ କ୍ରମେ, ମୃତଦେହରେ ମିଳିଥିବା ଗୁରୁତର ଅନୁମାନିତ ଆଘାତର ଚିହ୍ନ ଓ ଭଙ୍ଗା ହାତ ଦେଖି ପୋଲିସ ମନାନଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରିଛି।ଝୁମ୍ପୁରା ଥାନା ଅଧିକାରୀ ସମ୍ଭାରୀ ହାଁସଦା ଜଣାଇଛନ୍ତି, “ଏହି ମାମଲାର ତଦନ୍ତ ଚାଲିଛି। ପ୍ରାଥମିକ ତଥ୍ୟ ଅନୁଯାୟୀ ଏକ ଘରୋଇ ବିକଳ୍ପ ବିକୃତ ଘଟଣା, ସାଂପ୍ରଦାୟିକ ପ୍ରସଙ୍ଗ ନୁହେଁ, କିନ୍ତୁ ନିରାପତ୍ତା ଦୃଷ୍ଟିରୁ ଅତ୍ୟାବଶ୍ୟକ ସତର୍କତା ଅବଲମ୍ବନ କରାଯାଇଛି।”