Hot Posts

6/recent/ticker-posts

ବିଷ ପିଇ ବୃଦ୍ଧ ଙ୍କ ଆତ୍ମହତ୍ୟା, ଡାବୁଗାଁ ଥାନାରେ ଅଭିଯୋଗ

ଡାବୁଗାଁ, ୨୬ / ୭ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଅଧିନ କେନ୍ଦୁଗୁଡା ଗ୍ରାମରେ ଜଣେ ବୃଦ୍ଧ ବ୍ୟକ୍ତି ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ଶୁକ୍ରବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି। ସୂଚନା ଯୋଗ୍ୟ ଡାବୁଗାଁ ଥାନା ଅଧୀନ କେନ୍ଦୁଗୁଡ଼ା ଗ୍ରାମରେ ନାଡା ଗୌଡ (୬୫) ଗୁରୁବାର ଦିନ ସନ୍ଧ୍ୟାରେ ଘରେ ପରିବାର କେହି ନ ଥିବା ସମୟରେ ବିଷ ଖାଇ ଦେଇଥିଲେ। କିଛି ସମୟ ପରେ ବାନ୍ତି ହୋଇଥିଲା । ବାନ୍ତି ହେବାରୁ ଗୁରୁତର ହୋଇ ପଡ଼ିଥିଲେ । ପରିବାର ଲୋକେ ତାଙ୍କୁ ସାଙ୍ଗେ ସାଙ୍ଗେ ନବରଙ୍ଗପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଭର୍ତ୍ତିକରି ଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ରାତ୍ରି ୯ ଘ. ସମୟରେ ତାଙ୍କର ମୁତ୍ୟୁ ଘଟିଥିଲା। ଏନେଇ ଶୁକ୍ରବାର ପୂର୍ବାହ୍ନରେ ମୃତକର ପୁଅ ସନାଧର ଗୌଡ ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ଉକ୍ତ ଏତଲାକୁ ଭିତ୍ତି କରି ଥାନା ସବଇନସ୍କ୍େକ୍ଟର ଚନ୍ଦନ ସାହୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଛେଦ ପାଇଁ ପଠାଇଥିଲେ। ଏନେଇ ଥାନା କେସ ନଂ ୨୨/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।