Hot Posts

6/recent/ticker-posts

ତିନି ମାସ ଭିତରେ ଭୁଷୁଡ଼ି ପଡ଼ିଲା ରାସ୍ତା, ପୋଲ ପାଖରେ ଦବି ଯିବା ସହ ଭାଙ୍ଗିବାକୁ ବସିଲା ନବନିର୍ମିତ ପିଚୁ ରାସ୍ତା

ନବରଙ୍ଗପୁର, ୨୫ / ୭ ( ଶେଖର ଖୁରା ) : କେବଳ ତିନି ମାସ ଆଗରୁ ନିର୍ମାଣ ହୋଇଥିବା ରାସ୍ତା ଏତେ ଶୀଘ୍ର ଉଜୁଡ଼ିଯିବ ବୋଲି ଗ୍ରାମବାସୀ ମଧ୍ୟ ଭାବି  ପାରିନଥିଲେ। ଚଳାଚଳ ଆରମ୍ଭ ହୋଇ କିଛି ଦିନ ପରେ ରାସ୍ତାର ପିଚୁ ଅଂଶ ଦବୀ ଯାଇ, ଅନେକ ସ୍ଥାନରେ ଫାଟ ଧରି ଭାଙ୍ଗିବାକୁ ବସିଛି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ବେହେଡ଼ା ପଞ୍ଚାୟତ ଅନ୍ତର୍ଗତ ସିରାଗୁଡା ଗ୍ରାମରୁ ଡାଇବେଡ଼ା ଗ୍ରାମକୁ ସଂଯୋଗ କରୁଥିବା ପ୍ରାୟ ୩ କିଲୋମିଟର ରାସ୍ତାରେ। ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ରାସ୍ତା ନିର୍ମାଣ କାମ ଆରମ୍ଭରୁ  ମାନକ ଓ ଗୁଣବତ୍ତାକୁ ଅଣଦେଖା କରାଯାଇଥିଲା। ଠିକାଦାର ଓ ଯନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଅସତ ମିଳିଭଗତ ଫଳରେ ରାସ୍ତା ନିର୍ମାଣ କାମ ଶୀଘ୍ର ଭାଙ୍ଗି ପଡ଼ିଛି। ମାଟି ଚାପିବା ଓ ଫାଉଣ୍ଡେସନ କାମ ସଠିକ୍ ଭାବରେ ହୋଇନଥିବାକୁ ନେଇ ଗ୍ରାମବାସୀ ଆରମ୍ଭରୁ ଅଭିଯୋଗ କରୁଥିଲେ, କିନ୍ତୁ ଠିକାଦାର କର୍ଣ୍ଣପାତ କରିନଥିଲେ! ଏବେ ବର୍ଷା ରୁତୁ ଆସୁଥିବାରୁ ଆଖ ପାଖ ର ଗ୍ରାମବାସୀ ମଧ୍ୟରେ ଭୟ ବ୍ୟାପିଛି ଯଦି ରାସ୍ତା ଓ ପୋଲ ରହିଛି ନଦୀ ଭିତରେ ଏଭଳି ଭାବେ ଭାଙ୍ଗିବା ଜାରି ରହେ, ତେବେ ଆଗାମୀ କିଛି ଦିନରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। ଏହା ଅଞ୍ଚଳର ଅସୁସ୍ଥ ଲୋକଙ୍କ ଚିକିତ୍ସା, ଛାତ୍ରଛାତ୍ରୀଙ୍କ ଯାତ୍ରା ଓ ଦୈନିକ କାର୍ଯ୍ୟକୁ ପ୍ରଭାବିତ କରିବା ସହ ଦୂର୍ଘଟଣା ସମ୍ଭାବନାକୁ ବଢ଼ାଇବ।ଗ୍ରାମବାସୀ ଏବଂ ପଞ୍ଚାୟତ ସଦସ୍ୟମାନେ ପ୍ରଶାସନ ପାଖରେ ମରାମତି ଓ ନୀତିସମ୍ମତ ତଦନ୍ତର ଦାବି କରିଛନ୍ତି। ତେବେ ଏବେ ଦେଖିବାକୁ ପଡ଼ିବ ପୋଲ ପାଖରେ ଭାଙ୍ଗି ପଡିରହିଥିବା ରାସ୍ତା କେବେ ଏହି ଅଭିଯୋଗ ଓ ଆବଶ୍ୟକତାକୁ କର୍ଣ୍ଣ ପାତ କରି ରାସ୍ତା ର ମରାମତି କରିବେ ବୋଲି ଗ୍ରାମବାସି କହିଛନ୍ତି।