ଶ୍ରେଣୀଗୃହ ରେ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷକ ଙ୍କ ଦୁର୍ବ୍ୟବହାର, ଛାତ୍ରଛାତ୍ରୀ ଙ୍କ ଲିଖିତ ଅଭିଯୋଗ
ଝରିଗାଁ, ୨୬ / ୭ ( ନକୁଳ ଭତ୍ରା ) : ଦଶମ ଶ୍ରେଣୀ ଛାତ୍ରୀମାନଙ୍କୁ ଶ୍ରେଣୀ ଗୃହରେ ଅଶ୍ଳୀନ ଇଙ୍ଗିତ ସହ ଅଶାଳୀନ ବ୍ୟବହାର ହୋଇଛି । ଏଭଳି ଘଟଣା ଘଟିଛି । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଅନ୍ତର୍ଗତ ବୋରିଗାଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ । ଜଣେ ସରକାରୀ ଶିକ୍ଷକଙ୍କ ଏଭଳି ଆଚରଣ ଛାତ୍ରୀମାନଙ୍କୁ ଲଜ୍ଜିତ କରିବା ସହ ସମସ୍ତ ଛାତ୍ରଛାତ୍ରୀ ସଂପୃକ୍ତ ଅଧ୍ୟାପକମାନଙ୍କ ବିରୁଦ୍ଧରେ । ପ୍ରଧାନ ଶିକ୍ଷକର ଙ୍କୁ ଛାତ୍ରୀମାନେ ଲିଖିତ ଅଭିଯୋଗ କରିଥିଲେ । ପ୍ରଧାନଶିକ୍ଷକ ଏହାକୁ ଗୁରୁତର ସହ ନେଇ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶୂନ ସହନଶୀଳତା ଉପରେ ଗୁରୁତ୍ବ ଦେବାକୁ କହିବା ସହ ସଂପୃକ୍ତ ଶିକ୍ଷକ ବିରୁଦ୍ଧରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ। ବୋରିଗାଁ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସରକାରୀ ଶିକ୍ଷକ ମଥୁରା ନନ୍ଦ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଙ୍କୁ ଇଂରାଜୀ ବିଷୟରେ ପାଠ ପଢ଼ାନ୍ତି । ଶ୍ରେଣୀ ଗୃହରେ ପାଠ ପଢାଇବା ସମୟ ରେ ସେ ଛାତ୍ରୀମାନଙ୍କୁ ସ୍ଥାନୀୟ ଭାଷାରେ ଅଶ୍ଳୀନ ଭାଷା ବ୍ୟବହାର କରିଥାନ୍ତି। ଛାତ୍ରୀଙ୍କୁ ଇଙ୍ଗିତ କରି ଖରାପ ଭାଷା ପ୍ରୟୋଗ କରିଥାନ୍ତି। ବିଭିନ୍ନ ପ୍ରକାର ଅଶଭ୍ୟ ଭାଷା କହି ଛାତ୍ରଛାତ୍ରୀ ମାନଙ୍କୁ ଆଗରେ ଲର୍ଜ୍ଜିତ କରିଥାନ୍ତି। ଏହା ଦୀର୍ଘଦିନ ଧରି ଚାଲିଆସୁଥିଲେ ମଧ୍ୟ ଶିକ୍ଷକ ଶ୍ରୀ ରାଉତଙ୍କ ଭୟରେ କାହାରି ଆଗରେ ପ୍ରକାଶ କରୁ ନଥିଲେ । ଗୁରୁବାର ଦିନ ଚରମ ସୀମା ଟିପିବା ପରେ ଦଶମ ଶ୍ରେଣୀରେ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀମାନେ ଶିକ୍ଷକ ମଥୁରା ରାଉତଙ୍କ ବିରୁଦ୍ଧରେ ପ୍ରଧାନଶିକ୍ଷକ କେଶବ ଗୌଡ ଙ୍କୁ ଲିଖିତ ଅଭିଯୋଗ କରିଥିଲେ । ସୂଚନା ଥାଉକି ଏହା ପୂର୍ବରୁ ଘୋଡାଖୁଣ୍ଟା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ସଂପୃକ୍ତ ସରକାରୀ ଶିକ୍ଷକ ଆଦିବାସୀ ଛାତ୍ରୀ ମାନଙ୍କୁ ଦୁର୍ବ୍ୟବହାର କରି ନିନ୍ଦିତ ହୋଇଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଜିଲ୍ଲାରେ ଆଦିବାସୀ ଛତ୍ରୀ ମାନଙ୍କୁ ଏଭଳି ଅଚରଣ କରିଥିବା ଶିକ୍ଷକ ବିରୁଦ୍ଧରେ କିଭଲି କାର୍ଯ୍ୟନୁଷ୍ଠାନ କରାଯାଉଛି। ଦେଖିବାକୁ ବାକି ରହିଲା।