Hot Posts

6/recent/ticker-posts

*ଗାଁ ଗାଁ ରେ ମଦ କୁଠି*


 *ଗାଁ ଗାଁ ରେ ମଦ କୁଠି* 


ଟଙ୍କାର ମୋହରେ ଗାଁ ନିଲାମ ହୁଏ
ବିକ୍ରି ହୁଏ ଏଠି ଇଜ୍ଜତ


ଶିକ୍ଷିତ ନାଆଁ ରେ କୁ- ସଂସ୍କାର ପୂର୍ଣ୍ଣ
ନଷ୍ଟ ହୁଏ ଭବିଷ୍ୟତ ll


ଗାଁ କୁ ମୋର ହେ ଆସନ୍ତି ଅତିଥି
କହନ୍ତି ଏକି ବ୍ୟପାର


ଉତ୍ତର ଦେବାକୁ ସାହସ ପାଏନି
ମଥା ନଏଁ ଆମ୍ଭଙ୍କର !!


କୁ-ପଥ ଗାମୀଙ୍କୁ ସୁ-ପଥ ବଦଳେ
କହୁଛେଁ ଏ ପଥ ଭଲ


ଆଗାମୀ ଭବିଷ୍ୟ କେଉଁ ପଥେ ଯିବେ
କେବେ କି ବିଚାର କଲ ?


ପର ଧନ ହରି ପର ଘର ଭାଙ୍ଗି
ସେ ଦେଉଳେ ନାହିଁ ଦିଅଁ


ସୁନ୍ଦର ଗାଆଁ ମୋ କୁ-ପଥେ ନ ଯାଉ
ବେଳ ହୁଁ ସତର୍କ ହୁଅ ll


 *ସୁଶାନ୍ତ ରଣା* 
 *ତେରେସିଂହା, ଜି. କଳାହାଣ୍ଡି* 
 *ମୋ. ୭୮୯୪୬୫୮୨୭୪*