Hot Posts

6/recent/ticker-posts

ଅବିଭକ୍ତ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ନାରୀସୁରକ୍ଷା ଆଇନ୍ ବିପର୍ଯ୍ୟସ୍ତ ।

କୋରାପୁଟ, ୨୬ / ୭ :  ( ବିପିନ କୁମାର ହିଆଲ )  ଆଜି ଅବିଭକ୍ତ କୋରାପୁଟ ଜିଲ୍ଲାରେ ସମସ୍ତ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତକୁ ନେଇ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଜୁଜନତା ଦଳ ଦଳୀୟ ନେତୃବୃନ୍ଦ ଓ କର୍ମୀମାନଙ୍କୁ ସାଥିରେ ନେଇ କୋରାପୁଟ ଜିଲ୍ଲା ବିଜୁଜନତା ଦଳ ନାରୀ ସୁରକ୍ଷା ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ଓ ନାବାଳିକା ଛାତ୍ରୀ ଓ ମହିଳା ମାନଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ଓ ଗଣଦୁଷ୍କର୍ମକୁ ନେଇ ୨୬ ନଂ ଜାତୀୟ ରାଜପଥରେ ଗର୍ଜନ କରିବା ସହ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ଓ ଦକ୍ଷିଣା ପଶ୍ଚିମାଞ୍ଚଳ ଡି.ଆଇ.ଜି ଙ୍କ ଜରିଆରେ ଏକ ଦାବିପତ୍ର ଦିଆଯାଇଛି । କୋରାପୁଟ,ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ବିଗତ ଓ ବର୍ତ୍ତମାନ ଦିନମାନଙ୍କରେ ଘଟିଆସୁଥିବା ମହିଳା ଓ ଛାତ୍ରୀ ମାନଙ୍କ ପ୍ରତି ହୃଦବିଦାରକ ଗଣଦୁଷ୍କର୍ମ ଭଳି ସ୍ଵପ୍ସକାଡ ଘଟଣାରେ ପୋଲିସର ବିଫଳତା ଓ ଆଇନ୍ ବ୍ୟବସ୍ଥାର ବିପର୍ଯ୍ୟୟ ନେଇ ଆଜି ଦକ୍ଷିଣା ପଶ୍ଚିମାଞ୍ଚଳ ଡି.ଆଇ.ଜି ଙ୍କ ସାମ୍ନାରେ ବିଜେଡ଼ି ଦଳ ଗର୍ଜନ କରିବା ସହ ରାଜ୍ୟ ସରକାରକୁ ଆଇନ୍ ଶୃଙ୍ଖଳାରେ ବିଫଳ ହୋଇଛି ବୋଲି ଦଳ ସ୍ଵଷ୍ଟ କରିଦେଇଛି । ମୂଖ୍ୟମନ୍ତ୍ରୀ ନିଜ ବିବେକକୁ ପଚାରି ଶୃଙ୍ଖଳାରେ ଇସ୍ତଫା ଦେବା ଉଚିତ୍ ବୋଲି ଦଳ ଦାବୀ କରିଛି । ଆଜିର ଏହି ନାରୀପ୍ରତିବାଦ ସଭାରେ ଜିଲ୍ଲା ମହିଳା ସଭାପତି ଶ୍ରୀମତୀ ପାର୍ବତୀ କୌଶଲ୍ୟା ହିକକା,ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ପଦ୍ମମିନି ଦିଆନ,ଶ୍ରୀଯୁକ୍ତ ରବି ନନ୍ଦ,ଶ୍ରୀଯୁକ୍ତ ଜିହ୍ନ ହିକକା, ଶ୍ରୀ ପ୍ରଦୀପ ପାଣିଗ୍ରାହୀ, ବ୍ରୁଗ ବକ୍ସି ପାତ୍ର, ଶ୍ରୀ ତ୍ରିନାଥ ପାତ୍ର, ଲଲାଟ ରଞ୍ଜନ ସେଠୀ,ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାର ବହୁ ବିଜେଡ଼ି କର୍ମୀ ଓ ନେତାନେତ୍ରୀ ସାମିଲ ହୋଇଥିଲେ ।