ତୁଟୁନି ଆଲୁମିନା ପରିବହନ ବିବାଦ
କୋରାପୁଟ, ୨୬ / ୭ ( ରଜତ କୁମାର ବାଘ ) : ନାଲକୋ ଉତ୍ପାଦନ କରୁଥିବା ଆଲୁମିନା ପାଉଡର, ବାହାର ଜିଲ୍ଲା ଓ ରାଜ୍ୟରେ ଅନେକ ଚାହିଦା ଥିବାରୁ ବର୍ଷ ବର୍ଷ ଧରି ଏହା ରପ୍ତାନି ହେଉଛି। ଏଣୁ ଏହି ଅଞ୍ଚଳରେ ଟ୍ରକ ମାଲିକ ମାନେ ସଙ୍ଘ ଗଠନକରି ଟ୍ରକ ଦ୍ବାରା ଆଲୁମିନା ରପ୍ତାନି କରୁଛନ୍ତି ପୂର୍ବରୁ ଦୁଇଟି ସଂଘ ଠିକ୍ ଭାବେ ଭାଗ ବଣ୍ଟା କରି ଚାଲି ଥିଲା, ପରବର୍ତ୍ତୀ ସମୟରେ ଦାମନଯୋଡି ଠାରେ ଆଉ ଏକ ସଙ୍ଘ ମା କଣ୍ଟାବାଉସୁଣି ଟ୍ରକ୍ ଓନର ଆସୋସିଆସନ ଗଠନ କରି ବିଭିନ୍ନ ସ୍ଥାନରୁ କିଛି ଡୁପ୍ଲିକେଟ rc ମିଶ୍ରଣ କରି ଗାଡ଼ି ସଂଖ୍ୟା ଅଧିକ ଦେଖାଇ ଭାଗବଣ୍ଟା ଅଧିକ ନେଇଛି । ଶ୍ରୀ ଜଗନ୍ନାଥ ଟ୍ରକ୍ ଓନର ଆସୋସିଆସନ କୁ ଅଣଦେଖା କରି ଭାଗ ବଣ୍ଟାରେ ପାତର ଅନ୍ତର କରିଥିବାରୁ ଉକ୍ତ ସଂଘ ପକ୍ଷରୁ ୧୭/୦୪/୨୦୨୦ ମସିହାରେ ରେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ଦୀର୍ଘ ୫ ବର୍ଷ ପରେ ୦୫/୦୫/୨୦୨୫ ରେ ଚିଠି ସଂଖ୍ୟା ଅନୁଯାୟୀ wpc No 11199/20 ଆଦେଶ ଜାରି କରା ଯାଇଛି, ଯେ କୋରାପୁଟ ଉପଜିଲ୍ଲାପାଳ ଦାୟିତ୍ୱ ନେଇ କମିଟିର ସଦସ୍ୟ ମାନଙ୍କୁ ଡାକି ଆଲଚନା କରି ସବୁ ସଂଘ କୁ ସମାନ ଭାବେ ଭାଗ ବଣ୍ଟା କରି ସମାଧାନ କରିବା ପାଇଁ ନିର୍ଦ୍ଦେଶ ଅଛି। ଗତ ତା ୨୪/୦୭/୨୦୨୫ ରିଖ ସୁନାବେଡ଼ା ଟ୍ରକ ମାଲିକସଂଘ, ମା କଣ୍ଟା ବାଉସୁଣି ମାଲିକ ସଂଘ ଏବଂ ଶ୍ରୀ ଜଗନ୍ନାଥ ଟ୍ରକ ମାଲିକ ସଂଘ ର କମିଟି ସଦସ୍ୟ ବୃନ୍ଦ କୁ ଡକାଇ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରାଯାଇ ଥିଲା। ଅନେକ ଆଲଚନା ପରେ ମଧ୍ୟ ଭାଗ ବଣ୍ଟା ତୁଟି ପାରିଲା ନାହିଁ । ଶ୍ରୀ ଜଗନ୍ନାଥ ମାଲିକ ସଂଘରେ ଗାଡ଼ି ସଂଖ୍ୟା ଅଧିକ ଓ ସିରିଏଲ୍ ନମ୍ୱର ଅପେକ୍ଷାରେ ସଦସ୍ୟ ମାନେ ମାସ ମାସ ଅପେକ୍ଷାରେ ରହିଥାନ୍ତି ଯାହା ଫଳରେ ମାସିକ କିସ୍ତି ଦେବାରେ ଅସୁବିଧା ହେଉଛି ବଲି ଉପ ଜିଲ୍ଲପାଳଙ୍କୁ ପ୍ରକାଶ କରିଛନ୍ତି । ଆହୁରି ପ୍ରକାଶ ଛନ୍ତି ଯେ ଦାମନଯୋଡି ସ୍ଥିତ ମା କଣ୍ଟାବାଉସୁଣି ଟ୍ରକ ଟିପର ଅନର ଆସୋସିଆସନରେ ପ୍ରକୃତରେ ଗାଡିସଂଖ୍ୟା କମ୍ ଅଛି କିନ୍ତୁ ଡୁପ୍ଲିକେଟ କାଗଜ ପତ୍ର ଦେଇ ଅଧିକା ଭାଗ ବଣ୍ଟା ପାଇଛନ୍ତି ଏହାର ପ୍ରକୃତ ତଦନ୍ତ କରିବା ପାଇଁ ସଂଘ ଦାବୀ କରିଛି।
ବର୍ତ୍ତମାନ୍ ପର୍ୟ୍ୟନ୍ତ ବିଷୟଟି ବିଚାରଧୀନ ଥିବା ବେଳେ ,ବିବାଦ ତୁଟି ଯାଇଛି ବଲି କିଛି ଅସାଧୁ ବ୍ୟକ୍ତି ଅପ ପ୍ରାଚର କରି ମିଥତ୍ୟରେ ଖବର କାଗଜର ପ୍ରକାଶ କରିଛନ୍ତି। ଉପଜିଲ୍ଲାପାଳ ତୁରନ୍ତ ପୁନର୍ବିଚାର କରି ନ୍ୟାୟ ପ୍ରଦାନ କରିବାକୁ ଅନୁରୋଧ କରିଛି ସଂଘ । ଶ୍ରୀ ଜଗନ୍ନାଥ ଟ୍ରକ ଟିପର ଅନର ଆସୋସିଅସନ ସଭାପତି ସଞ୍ଜୀବ ଖରା, ଉପ ସଭାପତି ବିଘ୍ନରାଜ ସାହୁ ,ସାଧାରଣ ସଂପାଦକ : ବାଞ୍ଛାନିଧି ଶ୍ରିହରିଆ ଉପସ୍ଥିତ ଥିଲେ