Hot Posts

6/recent/ticker-posts

ଶଙ୍କରାଖୋଲ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ରେ ସ୍ୱାଗତ ଉତ୍ସବ

କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ ନବଦୂତ ନିୟୁଜ! 
ଚକାପାଦ : ୨୫/୭ (ନବଦୂତ  ) ଚକାପାଦ ବ୍ଲକ ଶଙ୍କରାଖୋଲ ରେ ଥିବା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ରେ ଏକାଦଶ ଶ୍ରେଣୀ ର ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତ କରାଯାଇଛି ! ଏହି ଉତ୍ସବ ରେ ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ସନ୍ତୋଷ କୁମାର ପ୍ରଧାନ ଅଧକ୍ଷତା କରିଵା  ସହ ସମସ୍ତ ଅଧ୍ୟାପକ ତଥା ଅଧ୍ୟାପିକା ମାନେ ନିଜ ନିଜ ର ପରିଚୟ ଦେଇଥିଲେ ! ବିଦ୍ୟାଳୟ ର ନୀତିନିୟମ, ସମସ୍ତ ସୁବିଧା, ଅଧ୍ୟୟନ, ଶୃଙ୍ଖଳା, କ୍ରୀଡା, ସଂସ୍କୃତିକ କାର୍ଯ୍ୟକ୍ରମ,ଶ୍ରେଣୀ ର ୭୫ ପ୍ରତିଶତ ଉପସ୍ଥାପନ ରହିବା ପାଇଁ ଜଣେଇଥିଲେ ଏବଂ ବିଦ୍ୟାଳୟ ପରିସରରେ ରାଗିଙ୍ଗ, ନିର୍ଯାତନା, ଅଶ୍ଳୀଳତା, ଆଦି ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ସୂଚନା ଦେଇଥିଲେ ! ଉତ୍ସବ ରେ ନୂତନ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିବା ବେଳେ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହିଥିଲେ ! ଏଥିରେ ଅଧ୍ୟାପକ ଡ଼ଃ ବାବୁଲା ପଟ୍ଟଯୋଶୀ ଉତ୍ସବ ର ବିବରଣୀ ପଠନ କରିଥିବା ବେଳେ ଅଧ୍ୟାପକ ରାମକୃଷ୍ଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ !