Hot Posts

6/recent/ticker-posts

ଗୋଟିଏ ବର୍ଷ ଆଶାର, କାର୍ଯ୍ୟର ଓ ଉନ୍ନତିର — ଝରିଗାଁ MLA ନରସିଂହ ଭତ୍ରାଙ୍କ ପକ୍ଷରୁ ଶୁଭେଚ୍ଛା ଓ ସମ୍ମାନ

ଝରିଗାଁ, ୧୨ / ୬ ( ନକୁଳ ଭତ୍ରା ): ଜନହିତ ଓ ଉନ୍ନତିକୁ ପ୍ରାଥମିକତା ଦେଇ ଶାସନ କରୁଥିବା ଭାରତୀୟ ଜନତା ପାର୍ଟିର ଡବଲ ଇଞ୍ଜିନ ସରକାର ଗତ ବର୍ଷ ମଧ୍ୟରେ ଅନେକ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି। ସେହି ଉପଲକ୍ଷେ ଝରିଗାଁ ବିଧାନସଭା ନିର୍ବାଚିତ ପ୍ରତିନିଧି ନରସିଂହ ଭତ୍ରା ଏକ ଉପସ୍ଥାନରେ କହିଛନ୍ତି: " ଏହି ଡବଲ ଇଞ୍ଜିନ ସରକାର କଥାରେ ନୁହେଁ, କାମରେ ବିଶ୍ୱାସ କରେ। ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ ହେଉଛି ଏହି ଶାସନର ମୂଳ ମନ୍ତ୍ର। ଏହି ଦୃଷ୍ଟିକୋଣକୁ ଅବଲମ୍ବନ କରି, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନ ଓ ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀଙ୍କ ଦୃଢ଼ ନେତୃତ୍ୱରେ ଗତ ବର୍ଷରେ ଅନେକ ଲୋକପ୍ରିୟ ଏବଂ ଲୋକାଭିମୁଖୀ କାର୍ଯ୍ୟକ୍ରମ ନିଷ୍ପାଦିତ ହୋଇଛି।" ଶ୍ରୀ ଭତ୍ରା ସଫଳ ଏକ ବର୍ଷ ପୂର୍ତ୍ତି ଅବସରରେ ତାଙ୍କ ନିବାଚନମଣ୍ଡଳୀ ଓ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ସେ ଏହି ସମୟରେ ଆଶା ପ୍ରକାଶ କରିଛନ୍ତି ଯେ ଆସନ୍ତାଦିନରେ ଏହି ଗତି ଅବ୍ୟାହତ ରହିବା ସହ ଓଡ଼ିଶା ଏବଂ ଦେଶ ଉନ୍ନତିର ନୂଆ ଦିଗରେ ଆଗେଇଯିବ। ଏହି ପ୍ରତିବଦ୍ଧତା ଏବଂ ଦୃଢ଼ ଇଚ୍ଛାଶକ୍ତି ହେଉଛି ସେଇ ଦୃଢ଼ ନିୟତି, ଯାହା ଏକ ନୂଆ ଓଡ଼ିଶା ଗଠନର ଆଧାର ହେଉଛି।