Hot Posts

6/recent/ticker-posts

ଚାଷୀ ଦାବିକୁ ନେଇ ରାଇଘରରେ ୧୨ ଘଣ୍ଟିଆ ବନ୍ଦ, ପୂର୍ବତନ ବିଧାୟକ ସୁବାସ ଗଣ୍ଡଙ୍କ ନେତୃତ୍ୱରେ ବିଜେଡି କର୍ମୀଙ୍କ ଧାରଣା

ରାଇଘର, ୧୩ / ୬ (ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଆଜି ଚାଷୀଙ୍କ ଦୁଃଖ ଦୁର୍ଦ୍ଦଶାକୁ କେନ୍ଦ୍ର କରି ଗର୍ଜିଉଠିଛି । ୧୨ ଘଣ୍ଟିଆ ବନ୍ଦ ଡାକରା ଏବଂ କଳା ଦିବସ ପାଳନ ମାଧ୍ୟମରେ ଚାଷୀ ଶ୍ରେଣୀ ତାଙ୍କ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଏହି ଉଦ୍ୟମକୁ ଶକ୍ତି ଦେଇଛନ୍ତି ପୂର୍ବତନ ବିଜେଡି ବିଧାୟକ ସୁବାସ ଗଣ୍ଡ, ଯିଏ ରାଇଘର ବ୍ଲକ ଅଧ୍ୟକ୍ଷ ଓ ବହୁ ବିଜେଡି କର୍ମୀଙ୍କ ସହ ଧାରଣା ଆନ୍ଦୋଳନରେ ବସିଛନ୍ତି। ସୁବାସ ଗଣ୍ଡ ଏହି ଅବସରରେ ବିଜେପି ସରକାର ଉପରେ ସୀଧା ଆକ୍ରମଣ କରି କହିଛନ୍ତି :"ଚାଷୀଙ୍କ ଆୟ ଦୁଇ ଗୁଣ କରିବା ଅଭିଯୋଗ ନେଇ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି ସେମାନେ ମାତ୍ର କାଠପତ୍ତିର ଖେଳ ହୋଇ ରହିଛି। ଏକ ବର୍ଷ ପୂର୍ଣ୍ଣ ହେବା ସତ୍ତ୍ୱେ ଚାଷୀଙ୍କ ଆର୍ଥିକ ସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ, ବରଂ ସରକାର ତାଙ୍କ ଉପରେ ଅଡପ ଅଭିମୁଖୀ ନୀତି ଅନୁସରଣ କରୁଛି। "ସେ ସ୍ପଷ୍ଟ କରିଛନ୍ତି ଯେ ଚାଷୀଙ୍କ ଦାବି ପୂରଣ ନହେଉଯାଏ ଏହି ଆନ୍ଦୋଳନ ଅବିରତ ଚାଲିବ।ରାଇଘର ବନ୍ଦର ପ୍ରଭାବ ଦୃଢ଼ ଥିଲା — ବଜାର ବନ୍ଦ, ସାଧାରଣ ଯାତାୟାତ ପ୍ରଭାବିତ ହୋଇଥିଲା , ସ୍ଥାନୀୟ ଲୋକମାନେ ଚାଷୀଙ୍କ ପକ୍ଷରେ ସ୍ୱର ମିଶାଇ ବନ୍ଦକୁ ସମର୍ଥନ କରିଥିବା ଦେଖାଯାଇଛି।ସଂଗଠିତ ଏହି ଆନ୍ଦୋଳନ ଚାଷୀଙ୍କ ଆବଶ୍ୟକତା ଓ ଅସନ୍ତୋଷର ଏକ ଜୀବନ୍ତ ପ୍ରତିଛବି ଉପସ୍ଥାପନ କରିଛି। ଏହା ମଧ୍ୟ ସୂଚିତ କରୁଛି ଯେ ଗ୍ରାମ ଭିତ୍ତିକ ଆର୍ଥିକ ଢ଼ାଞ୍ଚାକୁ ମଜବୁତ କରିବା ବିନା, କୌଣସି ଉନ୍ନତି ଯାତ୍ରା ଦୀର୍ଘ ସ୍ଥାୟୀ ହେଇପାରିବ ନାହିଁ।