Hot Posts

6/recent/ticker-posts

ଧୋଡ୍ରା ଠାରେ ଅନୁଷ୍ଠିତ ମୂଳ ନିବାସୀ ଅନୁସୂଚିତ ଜାତି ସଂଘର ମହାସଭା: ସରକାରଙ୍କ ଅବହେଳା ବିରୋଧରେ ଗର୍ଜନ

ନବରଙ୍ଗପୁର, ଝରିଗାଁ, ୨୩ / ୬ ( ନକୁଳ ଭତ୍ରା ) :  — ଝରିଗାଁ ବ୍ଲକ ଅନ୍ତର୍ଗତ ଧୋଡ୍ରା ପଞ୍ଚାୟତର କଳସି ମଣ୍ଡପ ପ୍ରାଙ୍ଗଣରେ ରବିବାର ଦିନ ଅନୁଷ୍ଠିତ ହେଲା ଜିଲ୍ଲା ମୂଳ ନିବାସୀ ଅନୁସୂଚିତ ଜାତି ସଂଘର ଏକ ବିଶାଳ ମହାସଭା। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ଅନୁସୂଚିତ ଜାତି ସଂଘର ସଭାପତି ଶ୍ରୀ ଅର୍ଜୁନ ସମରଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସଭାକୁ ଉଦ୍ବୋଧିତ କରିଥିଲେ। ଏହି ମହାସଭାରେ ଜିଲ୍ଲାର ଦଶଟି ବ୍ଲକର ଅନୁସୂଚିତ ଜାତି ସଂଘର ସଭ୍ୟମାନେ ଯୋଗଦେଇଥିଲେ। କଳସି ମଣ୍ଡପରୁ ଧୋଡ୍ରା ଛକ ପର୍ଯ୍ୟନ୍ତ ଏକ ଶାନ୍ତିପୂର୍ଣ୍ଣ ସଭାଯାତ୍ରା ବାହାରି ଅଞ୍ଚଳରେ ସାମୁଦାୟିକ ସଚେତନତା ଆଣିଥିଲେ। ମଞ୍ଚରେ ଆସି ସଭାରେ ମୁଖ୍ୟ ଚର୍ଚ୍ଚା ବିଷୟ ଥିଲା ମୂଳ ନିବାସୀ ଅନୁସୂଚିତ ଜାତି ଲୋକଙ୍କ ପ୍ରତି ସରକାରଙ୍କ ଅବହେଳା। ଶିକ୍ଷା, ଚାକିରି ସଂରକ୍ଷଣ ଓ ସାମାଜିକ ସୁବିଧା ଦାନରେ ସରକାର ଯେପରି ଲାପରବାହି ରଖୁଛନ୍ତି, ତାହା ନେଇ ଅତିଥି ଓ ଅନ୍ୟାନ୍ୟ ବକ୍ତାମାନେ ନିର୍ମମ ଆଲୋଚନା କରିଥିଲେ। ସଂଘର ସମ୍ପାଦକ ଶ୍ରୀ ଡମ୍ବରୁଧର ସୁନା ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରି ସଫଳ ନିୟମ ରଖିଥିଲେ। ସଭାରେ ଏକତା ଓ ସଂଘବଦ୍ଧ ଭାବରେ ଆନ୍ଦୋଳନ କରିବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ୱାନ ଜଣାଯାଇଥିଲା। ସମସ୍ତ ମୂଳ ନିବାସୀ ଅନୁସ୍ୱଚିତ ଜାତି ଲୋକଙ୍କୁ ସ୍ୱାଧିନ ଅଧିକାର ପାଇଁ ଏକାଠି ହେବା ଉପରେ ଗୁରୁତ୍ୱ ଦିଆଯିଥିଲା।