Hot Posts

6/recent/ticker-posts

॥ ଏ ତ ଯୁଗ ଯୁଗ ରୀତି॥

 

॥ ଏ ତ ଯୁଗ ଯୁଗ ରୀତି॥


ଏ ଜନମ ପରା ବିଶାଳ ଜଗତେ
         ଜଗତ କଲ୍ୟାଣ ପାଇଁ
ହେଇ ଯାଏ ଯଦି ତାର ବିପରୀତ
        କ୍ଷମା ଜମା ତାର ନାହିଁ
ଅନ୍ୟାୟ ଅନିତୀ ଅଧର୍ମ ପଥରେ
         ହୋଇବା ଯଦି ପଥିକ
ସପନେ ସପନେ ଶାନ୍ତି ହଜିଯିବ
         ନ ମିଳେ ବାସ୍ତବ ରୂପ   
ପରହିତ ପାଇଁ ବିତାଇବା ଦିନ
         ସ୍ଵାର୍ଥରେ ନ ହୋଇ ବଶ
ସ୍ୱାର୍ଥେ ମଣିଷର ମଣିଷ ପଣିଆ
         ହୋଇଥାଏ ସର୍ବ ନାଶ ।
ବୁଝିଲା ବେଳକୁ ସମୟ କି ଥିବ
         ସବୁ ହୋଇଥିବ ଶେଷ
ସବୁ ଦିନ କଣ ଅପରାଧ କରି
        ଖସି କି ପାରେ ମଣିଷ ।
ଜଗତର ଆମେ ମାଳିକ ନୋହୁଁ ରେ
         ଆମେ ଯେ ଅଟୁ ଅତିଥି
କାଳ ପୁରିଗଲେ ଯିବା ରେ ବାହୁଡ଼ି
        ଏ ତ ଯୁଗ ଯୁଗ ରୀତି ।



ସୁଧାଂଶୁ ରଞ୍ଜନ ସାହୁ
ଡୁମୁରିଆ, କଳାହାଣ୍ଡି
  9777136498