କବିତା :- ବିଶ୍ୱ ଜନନୀର ସନ୍ଦେଶ

କବିତା :- ବିଶ୍ୱ ଜନନୀର ସନ୍ଦେଶ
🕉️🕉️🕉️🕉️🕉️🕉️🕉️🕉️🕉️
ମୁଁ ଜନନୀ କହୁଛି ସାତ ମହାଦେଶକୁ ନେଇ ମୁଁ ଗଠିତ l
ଧର୍ମ ଯୁଦ୍ଧ କରି ଦେହକୁ ମୋହର କରନାହିଁ ଜର୍ଜରିତ l l 1
ପରିବେଶ ନଷ୍ଟ ତେଣୁ ପାଏ କଷ୍ଟ
ପୁଣି ଧର୍ମ ଯୁଦ୍ଧ ବୋଝ l
ମାଆ ଆଗେ ଛୁଆ ଯନ୍ତ୍ରଣା ପାଇଲେ
କେ ସହିବ ଭଲେ ବୁଝ l l 2
ସବୁ ଧର୍ମଗୁରୁ ଏକାଠି ହୁଅ ହେ ସମ୍ମିଳନୀ ଗୋଟେ କର l
ଏ ସାରା ବିଶ୍ଵାଟା ଏକ ପରିବାର
ଯୁଦ୍ଧ ପୁରା ବନ୍ଦ କର l l 3
ଯୋଗ ଗୁରୁ ରାମଦେବ ଦେଖିଥିଲେ
ସ୍ବପ୍ନ ବିଶ୍ୱେ ଏକ ଧର୍ମ l
ସମସ୍ତ ଧର୍ମର ସାର ମର୍ମ ଲେଖ
ତାହା ହେଉ ବିଶ୍ୱ କର୍ମ l l 4
ନର ହତ୍ୟା କେଉଁ ଧର୍ମେ ଲେଖା ଅଛି
କୁହ ଆହେ ଧର୍ମଗୁରୁ l
ଧର୍ମ ଯୁଦ୍ଧ ଛାଡ,ମୁଁ ବିଶ୍ୱ କାନ୍ଦୁଛି
ଲୁହ ପୋଛ ମୋ ଆଖିରୁ l l 5
ରାଷ୍ଟ୍ର ମୁଖ୍ୟ ମାନେ ଏକାଠି ସଭାରେ
କର ଶାନ୍ତି ଆଲୋଚନା l
ଧର୍ମଗୁରୁ ମାନେ ଏକ ଧର୍ମ କଥା
ମିଶିକି କର ରଚନା l l 6
ଧର୍ମାନ୍ଧତା, କୁସଂସ୍କାର ତ୍ୟାଗ କର
ସନ୍ଦେଶ ଦିଏ ଜନନୀ l
ସମାଜ ସେବାରେ ବ୍ରତୀ ହୁଅ ସବୁ
ହସି ଉଠିବ ଧରଣୀ l l 7
ସୂର୍ଯ୍ୟ ଚାରିପାଖେ ଘୁରି ବୁଲୁଅଛି
ଜଗତ ମଙ୍ଗଳ ପାଇଁ l
ଅନ୍ୟାୟ, ଅନୀତି, ଦୁର୍ନୀତି କରିଲେ
ସ୍ଥିର ହୋଇଯିବି ମୁହିଁ l l 8
ପ୍ରକୃତି, ନିୟତୀ, ନିୟମ ରହିଛି
ମନେ ରଖ ଏହି କଥା l
ଅନେକ ସହିଲି, ମୋ ସନ୍ଦେଶ ମାନ
ନହେଲେ ହଜେବି ଚେତା l l 9
ବିଶ୍ୱ ପରିବାର ଏକ ଧର୍ମ କର
ସେ ହେଉ ମାନବ ଧର୍ମ l
ନିଜେ ବଞ୍ଚିଥାଅ, ଅନ୍ୟକୁ ବଞ୍ଚାଅ
ଏହା ଶ୍ରେଷ୍ଠ କର୍ମ ମର୍ମ l l 10
କୁଞ୍ଜ ବିହାରୀ ନାଏକ
ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସରକାରୀ ଉଚ୍ଚ ବିଦ୍ୟାଳୟ ଭେଟିଆ
ଖମାର ପାଳଲହଡା ଅନୁଗୋଳ ଓଡିଶା ଭାରତ
8895235383