Hot Posts

6/recent/ticker-posts

ପାହାଡ଼ଟୋଲି ଜଙ୍ଗଲରୁ ରକ୍ତରଞ୍ଜିତ ଅବସ୍ଥାରେ ମହିଳା ଉଦ୍ଧାର

ବୀରମିତ୍ରପୁର, ୫ / ୬ : ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳର ବାଉଁଶଯୋର ଥାନା ଅନ୍ତର୍ଗତ ପାହାଡ଼ଟୋଲି ଜଙ୍ଗଲରୁ ବ୍ରାହ୍ମଣମରା ବସ୍ତିର ମୀରା ତିର୍କି ନାମକ ଜଣେ ମହିଳାଙ୍କୁ ରକ୍ତରଞ୍ଜିତ ଅବସ୍ଥାରେ ଉଦ୍ଧାର କରାଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଳ୍ୟ ସୃଷ୍ଟି କରିଛି। ଏହି ଆକ୍ରମଣକୁ ଅପରାଧିକ ପ୍ରୟାସ ବୋଲି ପୋଲିସ ପ୍ରଥମ ଦୃଷ୍ଟିରେ ମନ୍ୟତା ଦେଉଛି।ସୂଚନା ଅନୁଯାୟୀ, ଅଜଣା ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ର ଦ୍ୱାରା ମୀରାଙ୍କ ବେକ କାଟିଦେଇ ତାଙ୍କୁ ଜଙ୍ଗଲ ଭିତରକୁ ଫିଙ୍ଗି ଦିଅନ୍ତି। ସେଠି ସେ ରକ୍ତ ଭିଜା ଅବସ୍ଥାରେ ଅଚେତନ ହେଇ ପଡ଼ିଥିବାବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ଦେଖି ବାଉଁଶଯୋର ପୋଲିସକୁ ସୂଚନା ଦେଇଥିଲେ। ଘଟଣା ସ୍ଥଳକୁ ବାଉଁଶଯୋର ଥାନା ଅଧିକାରୀ ମିର୍ଜା ଓରାମ ଓ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ଆନନ୍ଦ ଟୋପ୍ନ ଆଶୁ ଅଭିଯାନରେ ପହଞ୍ଚି ମୀରା ତିର୍କିଙ୍କୁ ଉଦ୍ଧାର କରି ପ୍ରଥମେ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ, ତାଙ୍କ ଅବସ୍ଥା ଗୁରୁତର ହେବାରୁ ସେହି ଦିନ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସା ସୂତ୍ରରୁ ଜଣାପଡ଼ିଛି ଯେ, ମୀରାଙ୍କ ବେକ ଭାଗ ସହ ବଦନର ଅନେକ ସ୍ଥାନରେ  ଅସ୍ତ୍ରର ଆଘାତ ଚିହ୍ନ ମିଳିଛି। ଏହି ବିଭତ୍ସ ଆକ୍ରମଣ ପଛରେ କିଏ ଓ କାହିଁକି — ସେଥିପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି। ଏକ ଫୋରେନ୍ସିକ୍ ଟିମ୍ ମଧ୍ୟ ଘଟଣାସ୍ଥଳର ଆସପାସ ରେ ଆସି ପରିସ୍ଥିତି ଅନୁସନ୍ଧାନ କରୁଛି। ଏପରି ନିର୍ମମ ଆକ୍ରମଣ ଏକବାରେ ମାନବିକତାକୁ ଅବମାନିତ କରିଛି। ଅଭିଯୁକ୍ତଙ୍କ ଶୀଘ୍ର ଗିରଫ ଓ କଠୋର ଶାସନ ଦାବି କରୁଛନ୍ତି ସ୍ଥାନୀୟ ମାନବାଧିକାର କର୍ମୀ ଓ ନାଗରିକମାନେ।