ବିଧବା ବଳାତ୍କାର ଘଟଣା: ଅଭିଯୁକ୍ତ ମିଟୁ ସ୍ୱାଇଁ ଗିରଫ ହୋଇ ଗଲେ ଜେଲ
ଦିଗପହଣ୍ଡି, ୫ / ୬ : ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ଅଧିନସ୍ଥ ଏକ ଗ୍ରାମରେ ଘଟିଥିବା ଜଣେ ବିଧବା ମହିଳାଙ୍କୁ ବଳାତ୍କାର ଘଟଣା ଉପରେ ଦିଗପହଣ୍ଡି ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଘଟଣା ସନ୍ଦର୍ଭରେ ମୁଖ୍ୟ ଅଭିଯୁକ୍ତ ମିଟୁ ସ୍ୱାଇଁକୁ ବୁଧବାର ଗିରଫ କରି ସେହି ଦିନ ତାକୁ ଆଦାଲତକୁ ଚାଲାଣ କରାଯାଇଛି। ଅଭିଯୁକ୍ତଙ୍କ ଜାମିନ ଆବେଦନ ବାତିଲ୍ ହେବା ପରେ ତାଙ୍କୁ ଦିଗପହଣ୍ଡି ସବଜେଲରେ ରଖାଯାଇଛି।ଘଟଣା ବିବରଣୀ ଅନୁଯାୟୀ, ମିଟୁ ସ୍ୱାଇଁ ଘଟଣାସ୍ଥଳ ନିକଟବର୍ତ୍ତୀ ଏକ ବିଧବା ମହିଳାଙ୍କୁ ଦୀର୍ଘଦିନ ଧରି ଏକତରଫା ଭାବରେ ପ୍ରେମ ପ୍ରସ୍ତାବ ଦେଉଥିଲେ। ଗତ ସୋମବାର ଦିନ ମହିଳାଙ୍କ ଘରେ ପ୍ରବେଶ କରି ଗାଳି ଗଲଜ କରି, ତାଙ୍କ ଉପରେ ବଳାତ୍କାର କରିଥିବା ଅଭିଯୋଗ ଥିଲା। ଘଟଣା ପରେ ଆଘାତପ୍ରାପ୍ତ ମହିଳା ପାଟପୁର ଥାନାକୁ ଯାଇ , ଯେଉଁଠାରେ ମାମଲା ନଂ. ୨୭୭/୨୫ ଅନୁସାରେ ଅଭିଯୋଗ ରୁଜୁ କରାଯାଇଥିଲା। ପାଟପୁର ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଅଭିଯୋଗ ମାନ୍ୟ କରି ତଦନ୍ତ ଦାୟିତ୍ୱ ଏସ୍ଆଇ ଶ୍ରୀନିବାସ ଦାସଙ୍କୁ ଦେଇଛନ୍ତି। ତଦନ୍ତ କ୍ଷେତ୍ରରେ ଅଭିଯୁକ୍ତ ଓ ପୀଡିତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ମେଡିକାଲ ଜାଞ୍ଚ କରାଯାଇଛି। ଏହା ସହିତ, ମହିଳାଙ୍କ ନ୍ୟାୟିକ ବୟାନ ବି ମାଜିଷ୍ଟ୍ରେଟ ସମ୍ମୁଖରେ ରେକର୍ଡ କରାଯାଇଛି।ଘଟଣା ଉପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ କ୍ଷୋଭ ବ୍ୟାପିଛି। ପୋଲିସ ପକ୍ଷରୁ ଅଭିଯୁକ୍ତଙ୍କ ବିରୋଧରେ ବଳାତ୍କାର ଧାରା ଅନୁଯାୟୀ କଠୋର ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉଚ୍ଚ ଅଧିକାରୀ ମାନ୍ୟତା ଦେଇଛନ୍ତି।