ତେରେସିଂହାରେ ରଥଯାତ୍ରା ଅନୁଷ୍ଠିତ
କର୍ଲାମୁଣ୍ଡା, ୨୭/୦୬ (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ତେରେସିଂହା ଗ୍ରାମରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l ମନ୍ଦିରରୁ ମହାପ୍ରଭୁ ବାହାରି ଭକ୍ତଙ୍କୁ ଦର୍ଶନ ଦେଇଥିଲେ l ପ୍ରଥମେ ପ୍ରଭୁଙ୍କର ନୀତିକ୍ରାନ୍ତି ସହ ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ତିନି ଠାକୁର ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥ ପହଣ୍ଡିରେ ଆସି ରଥାରୂଢ଼ ହୋଇଥିଲେ l ଗ୍ରାମର ଗୌନ୍ତିଆ ପଦ୍ମମୁଖ ପଧାନ ଛେରା ପହରା କରିଥିବା ବେଳେ ପୂଜକ ଡୋଳାମଣି ପଣ୍ଡିଆ ପୂଜା କାର୍ଯ୍ୟ ସଂପାଦନ କରିଥିଲେ l ରଥଯାତ୍ରା ଦେଖିବାକୁ ଆଖପାଖ ଅଂଚଳର ଶହ ଶହ ଭକ୍ତଙ୍କର ସମାଗମ ହୋଇଥିଲା l ରଥର ଡାହୁକ ଭାବେ ଅକ୍ରୁର ଗହୀର ଦାୟିତ୍ୱ ତୁଳାଇ ଥିଲେ l ଅବସର ପ୍ରାପ୍ତ ଶିକ୍ଷକ ମୁରଲୀଧର ରଣା, ବିଜୟ କୁମାର ପୁରୋହିତ, ଲୋକନାଥ ଗହୀର ଓ ନିର୍ମଳ ରଣା ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରିଥିଲେ l ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଭାପତି ଚତୃଭୁଜ ରଣା, କୋଷାଧ୍ୟକ୍ଷ ମଙ୍ଗଳ ମାଝୀ ଓ ସମ୍ପାଦକ ଦେବେନ୍ଦ୍ର ରଣାଙ୍କ ନେତୃତ୍ୱରେ କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ l