Hot Posts

6/recent/ticker-posts

ଧୋଡ୍ରା ନିକଟରେ ଶିଶୁଶ୍ରମ ଚିହ୍ନଟ: ୬ ଶିଶୁ ଉଦ୍ଧାର, ପରିବାରଙ୍କୁ ହସ୍ତାନ୍ତର

ଝରିଗାଁ, ୨୬ / ୬ : ( ନକୁଳ ଭତ୍ରା )—ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ଅନ୍ତର୍ଗତ ଧୋଡ୍ରା ନିକଟବର୍ତ୍ତୀ ଏକ ପୋଳ ନିର୍ମାଣ ସ୍ଥଳରେ ୬ ଜଣ ଶିଶୁ ଶ୍ରମିକ କାମ କରୁଥିବା ଦେଖାଗଲାପରେ, ସେମାନଙ୍କୁ ଶ୍ରମ ବିଭାଗ ଓ ଶିଶୁ ସୁରକ୍ଷା ୟୁନିଟ ସଂଯୁକ୍ତ ଭାବେ ଉଦ୍ଧାର କରିଛନ୍ତି ଉମରକୋଟରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନିରୀକ୍ଷଣ କରିବା ସମୟରେ ବଡ ଭଣ୍ଡି ଓ ଧୋଡ୍ରା ମଧ୍ୟରେ ଚାଲିଥିବା ଏହି ନିର୍ମାଣ କାର୍ଯ୍ୟରେ ଶିଶୁମାନେ ଶ୍ରମିକ ଭାବେ ନିଯୁକ୍ତ ଥିବାର ଦେଖିବାକୁ ପାଇଥିଲେ ।ଉଦ୍ଧାର ପରେ ଏହି ଶିଶୁମାନେ ଅଞ୍ଚଳ ଶିଶୁ ମଙ୍ଗଳ କମିଟି ସମ୍ମୁଖରେ ପେଶ କରାଯାଇଥିଲେ, ଯେଉଁଠାରେ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ସେମାନଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି କାର୍ଯ୍ୟରେ ଜିଲ୍ଲା ଶ୍ରମ ଅଧିକାରୀ ମାନସ ଖୋସଲା, ସ୍ୱେଚ୍ଛାସେବୀ ଶୋଭା, ଅନୁଷ୍ଠାନ ସଂଯୋଜିକା ଉମା ସତନାମୀ, ଶିଶୁ କମିଟିର ସନ୍ତୋଷ ଜେନା ଓ ରବୀନ୍ଦ୍ର ପ୍ରଧାନ, ଶିଶୁ ସୁରକ୍ଷା ୟୁନିଟରୁ ସମରେନ୍ଦ୍ର ପରିଡା, ଚାଉଲ୍ଡ ଲାଇନ କୋଅର୍ଡିନେଟର ଚିନୁ ନାୟକ, ଭାଇଜର ଲକ୍ଷ୍ମୀକାନ୍ତ ପୂଜାରୀ, ଅଧିକାର ସହଯୋଗୀ ସୌରଭ ଉପାଧ୍ୟାୟ ଓ ପୋଲିସ ପକ୍ଷରୁ ଲକ୍ଷ୍ମଣ ଭତ୍ରା ଓ କପିଳ ପୂଜାରୀ ଉପସ୍ଥିତ ଥିଲେ। ଏହି ଘଟଣା ଏହି ଅଞ୍ଚଳରେ ଶିଶୁ ଶ୍ରମ ବିରୋଧୀ ଅଭିଯାନକୁ ଆହୁରି ଗଭୀର କରିବ ବୋଲି ଅନୁମାନ କରାଯାଉଛି।