Hot Posts

6/recent/ticker-posts

॥ ଜୀବନ ଯାତ୍ରା ॥

 

॥ ଜୀବନ ଯାତ୍ରା ॥


ଏନ୍ତୁଡ଼ି ଶାଳରୁ ମଶାଣି ଯାଏ
ଗୋଟିଏ ପଥର ଯାତ୍ରୀ ସଭିଏଁ
ଇଚ୍ଛା ଅନୁଯାୟୀ ନୁହେଁ ସେ ଯାତ୍ରା
ଅଧିନ ଯାହାର ଭାଗ୍ୟ ବିଧାତା ।
ଯାତ୍ରାରେ ଭେଟିବେ ବନ୍ଧୁ ଦୁଇଟି
ଜଣକ ବିଦାୟ ପରେ ଜଣେଟି
ଜଣେ ହେଲେ ସୁଖ ଅନ୍ୟଟି ଦୁଃଖ
ହସ ଲୁହ ଦେଇ ରଖିବେ ପକ୍ଷ   
ସୁଖ ବନ୍ଧୁ ଯେବେ ହୋଇବ ଭେଟ
ଆନନ୍ଦେ କରିବ ମନ ଉଚ୍ଚାଟ
ଜୀବନେ ଖେଳିବ ସୁଖ ଲହରୀ
ହସରେ ହସରେ ଯିବା ପହଁରି
ଭେଟ ହେବ ଯେବେ ଦୁଃଖ ବନ୍ଧୁକୁ
ସଙ୍ଗେ ଆଣିଥିବ ସାଙ୍ଗ ସାଥିଙ୍କୁ
ସଭିଏଁ ଜୀବନେ ଦେବେ ଟି କଷ୍ଟ
ଲାଗିବ ଜୀବନ ହେଲା କି ନଷ୍ଟ
ନା ନା ଅନୁଭୂତି ତାଙ୍କ ଠୁଁ ପାଇ
ଶିଖିବା ଜାଣିବା ବଞ୍ଚିବା ପାଇଁ
ସେ ଅନୁଭୂତିକୁ ପାଥେୟ କରି 
ଦମ୍ଭର ସହିତ ଯିବା ଆଗେଇ
ଭବନ ନୁହେଁ ସେ ଭାବନା ଦେଖି
ସାଜିଲେ ପଥିକ ହୋଇବା ସୁଖି
ଚିତ୍ର ନୁହେଁ ସତ୍ ଚରିତ୍ର ବଳେ
ହୋଇବା ବିଜୟୀ ଜୀବନ କାଳେ
କର୍ମକୁ ମଣିବା ନିଜ ଇଶ୍ଵର
କର୍ମ ହିଁ କରିବା ହୋଇ ତତ୍ପର
କର୍ମ ବୀର ସାଜି କରି ସଂଗ୍ରାମ
ସଫଳ କରିବା ନର ଜନମ


ସୁଧାଂଶୁ ରଞ୍ଜନ ସାହୁ
ଡୁମୁରିଆ, କଳାହାଣ୍ଡି