Hot Posts

6/recent/ticker-posts

ସରକାରୀ ବାସଭବନ ରେ ଲାଞ୍ଚ କାରବାର, ଭିଜିଲାନ୍ସ ଜାଲରେ ଧର୍ମଗଡ଼ ଉପଜିଲାପାଳ

ଭବାନୀପାଟଣା, ୯ / ୬ :  — ଏକ ଦୀର୍ଘ ସମୟ ଧରି ଚାଲୁଥିବା ଗୁପ୍ତ ତଦନ୍ତ ପରେ ଅବଶେଷରେ ଭିଜିଲାନ୍ସ ବିଭାଗ ରବିବାର ଧର୍ମଗଡ଼ ଉପଜିଲାପାଳ ଧୀମାନ ଚକମାଙ୍କୁ ଲାଞ୍ଚ କାରବାର ବେଳେ ଧରିଛି। ଏହି ଘଟଣା ମାଧ୍ୟମରେ ପୁଣିଥରେ ଏହି ପ୍ରଶ୍ନ ଉଠିଛି — ରାଜ୍ୟର ଏହିପରି ଉଚ୍ଚ ପଦସ୍ଥ ଅଧିକାରୀମାନେ କଣ ଜନତା ପାଇଁ କାମ କରୁଛନ୍ତି, ନା କି ବ୍ୟକ୍ତିଗତ ଲାଭ ପାଇଁ ପଦକୁ ବ୍ୟବହାର କରୁଛନ୍ତି? ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲାପାଳ ଧୀମାନ ଚକମା ଜୟପାଟଣା ଅଞ୍ଚଳର ଜଣେ କ୍ରସର ମାଲିକଙ୍କଠାରୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହି ରାଶିର ପ୍ରଥମ କିସ୍ତି ଭାବରେ ୧୦ ଲକ୍ଷ ଟଙ୍କା ନେବା ସମୟରେ ସେ ନିଜର ସରକାରୀ ବାସଭବନରେ ଭିଜିଲାନ୍ସ ବିଭାଗ ଦ୍ୱାରା ଧରାପଡ଼ିଛନ୍ତି। ଭିଜିଲାନ୍ସ ଟିମ୍ ତାଙ୍କ ବାସଭବନରେ ତଦନ୍ତ କରି ଅତିରିକ୍ତ ୪୭ ଲକ୍ଷ ଟଙ୍କା ନଗଦ ଜବତ କରିଛି, ଯାହା ଆହୁରି ଚମକଦାର ଘଟଣା ରୂପେ ସାମ୍ନାକୁ ଆସିଛି। ବିଭାଗ ପକ୍ଷରୁ ଏହି ଅପର ଆୟ ଉତ୍ସ ବିଷୟରେ ତଦନ୍ତ ଚାଲିଛି। ଏଥିପାଇଁ ଭିଜିଲାନ୍ସ ବିଭାଗର ବରିଷ୍ଠ ଅଧିକାରୀମାନେ ନିଜେ ମଉକାରେ ଥିଲେ ବୋଲି ଶଖବର ମିଳିଛି। ଏକ ସରକାରୀ ପଦକୁ ବିଶ୍ୱାସ ଓ ଦାୟିତ୍ୱ ସହ ବ୍ୟବହାର କରିବା ଉଚିତ୍। କିନ୍ତୁ ଏପରି ଲାଞ୍ଚ ଗହଣ ଓ ଅସଦ୍‌ଚରଣ ଦେଖି ସାଧାରଣ ଜନତା ମଧ୍ୟରେ ଦୁଃଖ, କ୍ଷୁଭ୍ଧ ଓ ଅସନ୍ତୋଷ ବ୍ୟାପିଛି। ଏବେ ଦେଖିବାକୁ ହେବ — ଏହି ଘଟଣା ଉପରେ ସରକାର ଏବଂ ଏନାଇଁ ଉଚ୍ଚପଦସ୍ଥ ଅଧିକାରୀମାନେ କେମିତି ପ୍ରତିକ୍ରିୟା ଦେଉଛନ୍ତି।