Hot Posts

6/recent/ticker-posts

ଆଧୁନିକ ବେଦୁଇନ


ଆଧୁନିକ ବେଦୁଇନ -୦୧

ଆଦିମ ଯାଯାବର ଠାରୁ ବେଦୁଇନ ଏବଂ ଆମ୍ଭେମାନେ
ସମସ୍ତେ ଆଧୁନିକତାର ମାୟାରେ ବାୟା
ବେଦୁଇନ ଜାତି ମଧ୍ୟ ଗଢ଼ି ସାରିଲେଣି ନୂତନ ସାମ୍ରାଜ୍ୟ
କିନ୍ତୁ ମହତ୍ ଓ ଯୋଗ୍ୟ ମନକୁ ଗଢ଼ିବାକୁ ହେଲେ କି ସକ୍ଷମ !
କାରଣ ମନରେ ଆଜି ଅସଂଖ୍ୟ କଳଙ୍କି
 ଅସୁମାରୀ ଆକାଙ୍କ୍ଷା ଲାଳସା 
ଆମେ ଅଧୁନା ପ୍ରାୟଃ ସମସ୍ତେ ବିଳାସୀ 
ଏ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି
ଆଜିର ମନ ଅଶାନ୍ତ ଭାରାକାନ୍ତ 
ସେ ବି ଆଧୁନିକ ବେଦୁଇନ ଓ ଯାଯାବର 
ଅତୃପ୍ତ ଆତ୍ମା ଭଳି ତା ଜୀବନ ଓ ଯୌବନ ଧନ ପାଖରେ ମନ ।
ଆଧୁନିକ ବେଦୁଇନ -୦୨
ଅତୀତର ବେଦୁଇନ ଓ ଯାଯାବର ଥିଲେ ନିଃସ୍ଵାର୍ଥପର 
ଥିଲେ ସଚ୍ଚୋଟ ଓ ଈଶ୍ୱର ବିଶ୍ୱାସୀ
ସତ୍ୟକୁ ନିରନ୍ତର ଖୋଜୁ ଥିଲେ
ଜଙ୍ଗଲ ହେଉ କି ଗହଳି
ସେ ସଫଳ ବି ହେଉ ଥିଲେ
ବିଭିନ୍ନ ଜଞ୍ଜଳରୁ ମୁକ୍ତିର ସୂତ୍ର ବି ପାଉଥିଲେ
ମୁକ୍ତିର ମାର୍ଗରେ ଚାଲୁ ଥିଲେ
ପ୍ରକୃତ ସୁଖ ଅଲୌକିକ ଶକ୍ତି 
ମୋକ୍ଷର ମାର୍ଗ ବି ଦେଖାଉ ଥିଲେ
ନୂତନ ଧାରଣା,ନବ ଜ୍ଞାନ ,କୁହୁକ ବଚନ
ନିଚ୍ଛକ ଅଭିଜ୍ଞତା ବି ପାଉ ଥିଲେ
ସେମାନେ ସମୟର ପ୍ରେମର କର୍ମର
ସଠିକ୍ ବିନିଯୋଗ କରି ପାରୁ ଥିଲେ 
ଏବେ ବି ଜ୍ଞାନର ଅଭାବ ନାହିଁ
ବନ୍ଧୁକ ଗୁଳିର ଅଭାବ ନାହିଁ
କେବଳ ମାନବତାର ଅବକ୍ଷୟ ଯାହା ହୋଇଛି ।
ଅଧୁନା କିନ୍ତୁ ସବୁ ଓଲଟା
ନାହିଁ ପୂର୍ବଭଳି ଶୀତଳତା 
ବୈଜ୍ଞାନିକ ଓ ପ୍ରଯୁକ୍ତି ବିଦ୍ୟାର ଗଠନାତ୍ମକ ସହ
ବିନାଶକ ସୂତ୍ର ଶକ୍ତି ବଳେ ହୋଇଛି ଯେ ବାଟବଣା 
ଐଶୁର୍ଯ୍ୟ ଏବଂ ବିଳାସ ବ୍ୟସନରେ ମାତି ଯାଇଛି ସମାଜ ଓ ସଭ୍ୟତା 
ବିକାଶର ବେଗ ତୀବ୍ରତର ହେବା ସଙ୍ଗେ ବଢ଼ିଛି ନୃଶଂସତା 
ଆଉ ନାହିଁ ପ୍ରେମସ୍ୟ ଅତୀବ ମଧୁରାଃ ର ଦିବ୍ୟ ବାର୍ତ୍ତା
ନାହିଁ ଭାଇଚାରା ଅନ୍ୟାୟ ଅତ୍ୟାଚାର ସୀମା ଅତିକ୍ରମ କରିଛି
ଋତୁଚକ୍ର ବି ବଦଳିବାକୁ ଲାଗିଛି 
ପରିବେଶ ପ୍ରଦୂଷଣ ବୃକ୍ଷ କଟା ଯୋଗୁଁ
ଶାନ୍ତି ସନ୍ତୋଷର ମାତ୍ରା ଧୀରେ ଧୀରେ ହ୍ରାସ ପାଇଲାଣି 
ଏଣୁ ହେ ଆଧୁନିକ ବେଦୁଇନ ! ସାବଧାନ
ନୋହିଲେ ସର୍ବନାଶ ହେବା ଥୟ।



ମିର୍ଜା ସନୁଅର ବେଗ " ପାଭିଲ୍ "
କରାଇ, ଯାଜପୁର