Hot Posts

6/recent/ticker-posts

ଶିଳ୍ପରେ ଓଡ଼ିଶାର ନୂଆ ଯୁଗ, ଗୋଟିଏ ବର୍ଷରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେତୃତ୍ୱରେ ନୂଆ ଆଶା ଓ ଉନ୍ନତିର ଚିତ୍ର

ଭୁବନେଶ୍ୱର, ୯ / ୬ : ଓଡ଼ିଶାର ନୂତନ ଶିଳ୍ପ ଯାତ୍ରାରେ ଏକ ଆଧୁନିକ ଓ ଗତିଶୀଳ ଅଧ୍ୟାୟ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସରକାର ଗୋଟିଏ ବର୍ଷ ଅବଧିରେ ଶିଳ୍ପ ଓ ନିବେଶ କ୍ଷେତ୍ରରେ ଯେପରି ଗତି ଆଣିଛି, ତାହା ଗତ ପାଞ୍ଚ ବର୍ଷର ଅଭିଜ୍ଞତାକୁ ଅନ୍ତର୍ଦ୍ରଷ୍ଟି ଦେଉଛି। ମୁଖ୍ୟମନ୍ତ୍ରୀ ମାଝୀ ଲୋକସେବା ଭବନରେ ଉଦ୍ୟୋଗ ଓ ଶିଳ୍ପ ଜଗତର ପ୍ରତିନିଧିମାନଙ୍କ ସହିତ ହୋଇଥିବା ଆଲୋଚନାରେ କହିଛନ୍ତି ଯେ, ଗୋଟିଏ ବର୍ଷରେ ରାଜ୍ୟରେ ୨୦୬ଟି ପ୍ରକଳ୍ପ ମଞ୍ଜୁର ହୋଇଛି, ଯାହା ଦ୍ୱାରା ୪.୫ ଲକ୍ଷ କୋଟି ଟଙ୍କାର ନିବେଶ ଆସିଛି ଓ ୨.୯ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ। ଏହି ଅଭିନବ ଉଦ୍ୟମ ଓଡ଼ିଶାକୁ ଶିଳ୍ପ ଶକ୍ତିର ଆଖଡା ବାଣିବାରେ ସାହାଯ୍ୟ କରିବ। ଚଳିତ ବର୍ଷ ଅନୁଷ୍ଠିତ ‘ଉତ୍କର୍ଷ ଓଡ଼ିଶା’ ଶିଳ୍ପ କନ୍‌କ୍ଲେଭ୍‌ରେ ୧୬.୭ ଲକ୍ଷ କୋଟି ଟଙ୍କାର ମୂଲ୍ୟର ୧୫୦ଟି ବୁଝାମଣାପତ୍ର ସ୍ବାକ୍ଷର ହୋଇଥିଲା, ଯାହା ଦ୍ୱାରା ଆଗାମୀ ବର୍ଷଗୁଡ଼ିକରେ ୧୨.୯ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି ଅନୁମାନ।ମୁଖ୍ୟମନ୍ତ୍ରୀ କହିଛନ୍ତି, “ଓଡ଼ିଶା ଏବେ ଖଣି ଓ ଧାତବ ରେ ଅଟକି ରହିନାହିଁ। ଆମେ ଏବେ ଖାଦ୍ୟ ପ୍ରକ୍ରିୟାକରଣ, ଇଲେକ୍ଟ୍ରୋନିକ୍ସ, ପୋଷାକ ଉଦ୍ୟୋଗ, ଅକ୍ଷୟ ଶକ୍ତି ଓ ପର୍ଯ୍ୟଟନ ଭଳି ବିବିଧ କ୍ଷେତ୍ରରେ ନିବେଶ ଆଣିପାରିଛୁ।” ରାଜ୍ୟର ୨୦ଟି ଶ୍ରେଷ୍ଠ କ୍ଷେତ୍ର ମଧ୍ୟରେ ନୂଆ ଶିଳ୍ପ ଗଠନ ହେଉଛି।
ଶିଳ୍ପ ପାଇଁ ଚାରିଟି ଅଗ୍ରଗାମୀ ପଦକ୍ଷେପ
ଆସନ୍ତା ବର୍ଷ ଲକ୍ଷ୍ୟ ରଖି ସରକାର ଚାରିଟି ମୁଖ୍ୟ ପଦକ୍ଷେପ ଗ୍ରହଣ କରିବ:
1. ଉଦୀୟମାନ ଶିଳ୍ପ କ୍ଷେତ୍ର ପାଇଁ ନୂଆ ନୀତି,
2. ଜମି ବ୍ୟାଙ୍କ ଓ ଶିଳ୍ପ ଭିତ୍ତିଭୂମିର ବିସ୍ତାର,
3. ସିଙ୍ଗଲ୍‌ ୱିଣ୍ଡୋ ବ୍ୟବସ୍ଥାର ଦ୍ରୁତ ସୁଧାର,
4. ଜଟିଳ ନୀତି ଓ ବ୍ୟୁରୋକ୍ରେସିକୁ କୋହଳ କରିବା।
ଜେଏସ୍‌ଡବ୍ଲ୍ୟୁ, ଟାଟା ଷ୍ଟିଲ୍‌, ବେଦାନ୍ତ, ଆଦାନୀ, ହିଣ୍ଡାଲ୍‌କୋ ଭଳି ଶିଳ୍ପ ଦୈତ୍ୟମାନେ ଓଡ଼ିଶା ରେ ନିବେଶ କରି ଖଣି, ଧାତବ ଓ ସବୁଜ ରସାୟନ ଖେତ୍ରକୁ ଶକ୍ତିଶାଳୀ ମଞ୍ଚ ଦେଉଛନ୍ତି। ବନ୍ଦର କେନ୍ଦ୍ରିତ ଟର୍ମିନାଲ୍‌, କଣ୍ଟେନର ବ୍ୟବସ୍ଥା ମାଧ୍ୟମରେ ଶିଳ୍ପାୟନ ତ୍ବରିତ ହେବ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, “ଆସନ୍ତା ଚାରି ବର୍ଷ ସମୃଦ୍ଧ ଓଡ଼ିଶା ୨୦୨୬ ପାଇଁ ମୂଳ ଆଧାର ସୃଷ୍ଟି କରିବ। ଓଡ଼ିଶାକୁ ପୂର୍ବ ଭାରତର ଶିଳ୍ପ ହବ୍‌ ବାଣିବା ପାଇଁ ସରକାର ସଦା ସଚେତନ ଓ ପ୍ରତିବଦ୍ଧ।”
ଏହି ଅବସରରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଗୋକୁଳନନ୍ଦ ମଲ୍ଲିକ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ଉନ୍ନୟନ କମିଶନର ଅନୁ ଗର୍ଗ, ପ୍ରମୁଖ ସଚିବ ହେମନ୍ତ ଶର୍ମା ଓ ଶିଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ରେଡ୍ଡି ଉପସ୍ଥିତ ଥିଲେ।