Hot Posts

6/recent/ticker-posts

କୁମ୍ଭକାର ସମାଜ ତରଫରୁ ବାଲ୍ୟବିବାହ ଉଚ୍ଛେଦ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

କନ୍ଧମାଳ:  ୮ / ୬ (ଏମ ଓ ) : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ବଡ଼ିମୁଣ୍ଡା ଗ୍ରାମରେ ଏକ ବାଲ୍ୟ ବିବାହ ଉଚ୍ଛେଦ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଏହାକୁ ହଦଗଡ଼ ମଣ୍ଡଳ ର ସଭାପତି ଶ୍ରୀ ମାନସ ରଞ୍ଜନ ପାତ୍ର ଙ୍କ ତତ୍ଵାବଧାନରେ ସଭାକାର୍ଯ୍ୟ ଆରମ୍ଭ ହୋଇଯାଇଛି ! ଏଥିରେ ମୁଖ୍ୟ ଅତିଥି ଭାବରେ ୟୁନିସେଫ ଭୁବନେଶ୍ୱର ରୁ ଆସିଥବା ଶ୍ରୀ ଯୁକ୍ତ ଘାସିରାମ ପଣ୍ଡା, ସନମାନିତ ଅତିଥି ସୁରକ୍ଷା ଅଧିକାରିଣୀ ସରୋଜଲତା ଦେଇ , ଫୁଲବାଣୀ ମହିଳା ସହଯୋଗ କେନ୍ଦ୍ର ରୁ ଆସିଥିବା ଶ୍ରୀ ମତି କଳ୍ପନା ମହାନ୍ତି,ଜିଲ୍ଲା ସମ୍ପାଦକ ଶ୍ରୀ ଯୁକ୍ତ ସୁବଳ ରଣା, ସାମ୍ବାଦିକ ବାଳକୃଷ୍ଣ କହଁର , କୋଷାଧକ୍ଷ ଗୋକୁଳ ଚନ୍ଦ୍ର ବେହେରା , ମଣ୍ଡଳ ସଭାପତି ମାନସ ରଞ୍ଜନ ପାତ୍ର, ମଣ୍ଡଳ ସମ୍ପାଦକ ବାବୁଲା ଦଳବେହେରା , ସମୀକ୍ଷକ ଜୟନ୍ତ ବେହେରା ଯୋଗଦେଇଥିଲେ ! ଉକ୍ତ କାର୍ଯ୍ୟକ୍ରମ ରେ ବାଲ୍ୟ ବିବାହ ରୋକିବା ଓ ବାଲ୍ୟ ବିବାହ କରିବା ଦ୍ଵାରା ସମାଜର କଣ କ୍ଷତି ହୁଏ ଏବଂ କିଶୋରୀ ବାଳିକା ମାନେ ବାଲ୍ୟ ବିବାହ ନ କରିବା ପାଇଁ ଶପଥ ପାଠ କରାଯିବା ସହ ଶିକ୍ଷା ର ଉନ୍ନତି, ପାରିବାରିକ ହିଂସା, ମହିଳା ମାନଙ୍କ ର ସମସ୍ୟା ସାମାଜିକ ସୁରକ୍ଷା ସୁଧାର ଗୃହ ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା ! ଏହି କାର୍ଯ୍ୟକ୍ରମ ରେ ହଦଗଡ଼ ମଣ୍ଡଳ ର ସମସ୍ତ କର୍ମ କର୍ତ୍ତା କୁଳ ଅଧିପତି ପୁରୁଷ ଓ ମହିଳା ସଭ୍ୟ ସଭ୍ୟା ଉପସ୍ଥିତ ରହିଥିଲେ ଏବଂ ଦଶମ ଓ ଦ୍ଵାଦଶ ଉତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ଦିଆଯାଇଥିଲା ! ଏଥି ସହ ଚଳିତ ବର୍ଷ ର ଆୟ ବ୍ୟୟ ହିସାବ କରାଯିବା ସହ କୋଷାଧକ୍ଷ ଶ୍ରୀ ଗୋକୁଳ ଚନ୍ଦ୍ର ବେହେରା ସମସ୍ତ ଙ୍କୁ ଶୁଣାଇଥିଲେ ! ଜିଲ୍ଲା ସମ୍ପାଦକ ଶ୍ରୀ ସୁବଳ ରଣା ବୈଠକ ରେ ସମାଜର ବିକାଶ ଓ ଚାକିରୀ କ୍ଷେତ୍ରରେ ଛାତ୍ର ଛାତ୍ରୀ ମାନଙ୍କୁ ସଂରକ୍ଷଣ ଦାବି ବିଷୟରେ ବୁଝାଇ ଥିଲେ ! ଉକ୍ତ ବୈଠକ ରେ ଅତିଥି ମାନେ କୁମ୍ଭାର ଜାତି ର ସମସ୍ତ ଙ୍କୁ ଦେଇଥିବା ପରାମର୍ଶ ଗୁଡିକ ନିଶ୍ଚିତ ଭାବରେ ଆଗାମି ଦିନରେ ପ୍ରଭାବ ପକାଇବ ବୋଲି ହଦଗଡ଼ ମଣ୍ଡଳ ଉପସଭାପତି ଶ୍ରୀ ଆମ୍ବୁଜ ବେହେରା, କେନ୍ଦ୍ର ର ମହିଳା ସଭ୍ୟା ଶ୍ରୀମତୀ ସୁମିତ୍ରା ବେହେରା ମତ ରଖିଥିଲେ ! ଶେଷରେ ମଣ୍ଡଳ ସମ୍ପାଦକ ଶ୍ରୀ ଯୁକ୍ତ ବାବୁଲା ଦଳବେହେରା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ! କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ ନବଦୂତ ନିୟୁଜ !