Hot Posts

6/recent/ticker-posts

ଶୌଚ ପାଇଁ ବାହାରିଥିବା ୧୭ ବର୍ଷୀୟ ନାବାଳିକାଙ୍କୁ ୧୦ ଜଣ ଦ୍ୱାରା ଗଣବଳାତ୍କାର, ୮ ଅଟକ

ରାଞ୍ଚି, ୯ / ୬ :  – ଝାଡ଼ଖଣ୍ଡର ଗୋଡ଼ଡା ଜିଲ୍ଲା, ଯେଉଁଠି ଅନ୍ୟାୟ ଓ ଅସମାଜିକତା ରାତିର ଅନ୍ଧକାରକୁ ମଧ୍ୟ ଲଜ୍ଜିତ କରେ। ଏକ ୧୭ ବର୍ଷୀୟ ଆଦିବାସୀ ନାବାଳିକା ଉପରେ ଗଣବଳାତ୍କାର ଘଟଣା ଏହି ଜିଲ୍ଲାକୁ ପୁଣିଥରେ ମୁଣ୍ଡ ନମାଇଦେଇଛି। ଶୌଚ ପାଇଁ ବାହାରିଥିବା ବେଳେ ଏହି ନାବାଳିକା ଦଶଜଣ ପୁରୁଷ ଦ୍ୱାରା ମାନବତା ଲଞ୍ଚିତ ହୋଇଥିବା ଅଭିଯୋଗ ପୋଲିସ ଆଧିକାରିକ ଭାବେ ନିଶ୍ଚିତ କରିଛି। ସୂଚନା ଅନୁସାରେ, ଏହି ଦୁର୍ଭାଗ୍ୟଜନକ ଘଟଣା ଶୁକ୍ରବାର, ସୁନ୍ଦରପାହାଡ଼ୀ ଥାନା ଅଞ୍ଚଳରେ ଘଟିଥିଲା। ପୀଡିତା ଜଣେ ସମ୍ପର୍କୀୟଙ୍କ ଘରେ ବିବାହ ଅବସରରେ ଯୋଗଦେଇଥିଲେ। ଶୌଚ ପାଇଁ ଘରରୁ ବାହାରିବା ବେଳେ ତାଙ୍କୁ ଜଣେ ଯୁବକ ଧରି ମୁଖରେ କପଡ଼ା ବାନ୍ଧି ଏକ ଜଙ୍ଗଲ ଅଞ୍ଚଳକୁ ନେଇଯାଇଥିଲା। ସେଠାରେ ଅନ୍ୟ ୯ ଯୁବକ ମିଶି ଗଣବଳାତ୍କାର କରିଥିବା ଅଭିଯୋଗ ଠାରୁ ପ୍ରକାଶ ପାଇଛି। ଘଟଣାକୁ ଦଵାଇଦେବା ପାଇଁ ଶନିବାର ଏକ ସ୍ଥାନୀୟ ପଞ୍ଚାୟତ ବୈଠକ ହୋଇଥିଲା ବୋଲି ନାବାଳିକାଙ୍କ ପରିବାର ଅଭିଯୋଗ କରିଛି। କିନ୍ତୁ ରବିବାର ସେମାନେ ସାହସ ଦେଖାଇ ପୋଲିସ ଠାରେ ଏଫଆଇଆର ଦାୟର କରିଛନ୍ତି। ଗୋଡ଼ଡା ଜିଲ୍ଲାର ପୋଲିସ ଅଧୀକ୍ଷକ ମୁକେଶ କୁମାର ସୂଚନା ଦେଇଛନ୍ତି ଯେ, “ଏଫଆଇଆର ଦାୟର ହେବା ପରେ ୮ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି। ବାକି ୨ ଜଣଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ଅଛି। ନାବାଳିକାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି।” ଗାଁ ଘରେ ଶୌଚାଳୟ ଅଭାବ, ନାରୀଙ୍କ ସୁରକ୍ଷା ପାଇଁ ସମାଜ ଓ ପ୍ରଶାସନର ଅବହେଳା, ଏବଂ ଅପରାଧ ପରେ ସ୍ଥାନୀୟ ସ୍ତରରେ ତାକୁ ଚାପି ଦେବା ଚେଷ୍ଟା — ଏ ସବୁ ଦିଗରେ ପୁନଃଚିନ୍ତନ ଆବଶ୍ୟକ। ଏକ ନିଃସହାୟ ଝିଅ ପାଇଁ ନ୍ୟାୟ କେବେ ଅନୁଭବ ହେବ?