Hot Posts

6/recent/ticker-posts

କଛା ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତଦେହ: ମାସେ ଅଧିକ ଧରି ନିଖୋଜ ଥିବା ବ୍ୟକ୍ତି ବଳରାମଙ୍କ ମୃତ୍ୟୁ ଘଟଣା ଘେରିଲା ରହସ୍ୟ

ନୂଆପଡ଼ା, ୧୧ / ୬ : ନୂଆପଡ଼ା ସଦର ଥାନା ଅଞ୍ଚଳର କେରମେଲି ଗାଁ ସନ୍ନିହିତ ପାଟିଡଙ୍ଗ ଜଙ୍ଗଲରେ ଏକ ହୃଦୟ ବିଦାରକ ଘଟଣା ଉଜାଗର ହୋଇଛି। ମଙ୍ଗଳବାର ଏଠାରୁ ଏକ ଗଳିତ ଅବସ୍ଥାରେ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତକଙ୍କ ପରିଚୟ ବଲାଙ୍ଗୀର ଜିଲା, ମୁରିବାହାଲ ଥାନା ଅଞ୍ଚଳର କୁମ୍ଭାରୀ ଗ୍ରାମବାସୀ ବଳରାମ ହାତୀ (୩୮) ବୋଲି ସ୍ଥିର ହୋଇଛି। ପରିବାର ମାନ୍ୟ ବିମୋଦିନୀ ହାତୀଙ୍କ ଅଭିଯୋଗ ଅନୁଯାୟୀ, ବଳରାମ ଗତ ୧୨ ଫେବୃଆରୀ ୨୦୨୫ ରେ ପ୍ରଦୀପ ପରାଭୂଏଙ୍କ ସହ ନୂଆପଡ଼ା ଆସିଥିଲେ, ଯାହା ପରେ ସେ ଘରକୁ ଫେରି ନଥିଲେ। ଏହି ଅନୁଷ୍ଠାନ ବେଳେ ଖୋଜାଖୋଜି ଶେଷରେ ଫେରିଆସିଥିଲେ ଓ ମୁରିବାହାଲ ଥାନାରେ ନିଖୋଜ ଡାଏରି କରାଯାଇଥିଲା। ସୋମବାର, କେରମେଲି ଗାଁର କିଛି ଲୋକ ଜାଳେଣି କାଠ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ଗଛରେ ଝୁଲିଥିବା ଦେହ ଦେଖି ଭୟଭୀତ ହୋଇ ଗାଁକୁ ଫେରିଯାନ୍ତି। ତାପରେ ତାହା ସମ୍ବନ୍ଧରେ ଥାନାକୁ ଖବର ଦିଆଯାଏ। ଘଟଣାସ୍ଥଳରେ ଏସଆଇ ଗଙ୍ଗାଧର ମେହେରଙ୍କ ନେତୃତ୍ୱରେ ଏକ ପୋଲିସ ଟିମ, ଅଗ୍ନିଶମ ବାହିନୀ ଓ ଡେପୁଟି କଲେକ୍ଟର ହେମନ୍ତ ପୁଟା ଘଟଣାସ୍ଥଳକୁ ଯାଇ ମୃତଦେହ ଉଦ୍ଧାର କରନ୍ତି। ପ୍ରଥମେ ମୃତକଙ୍କ ଚିହ୍ନଟ ନ ହୋଇଥିଲେ ମଧ୍ୟ, ବିଭିନ୍ନ ଥାନାକୁ ଶରୀର ନମୁନା ପଠାଯାଇଥିଲା। ପରେ ମୁରିବାହାଲ ପୋଲିସ ନିଖୋଜ ବ୍ୟକ୍ତି ବଳରାମଙ୍କ ପରିବାରକୁ ନୂଆପଡ଼ା ଆଣି ଚିହ୍ନଟ କରାଯାଇଥିଲା। ଏ ପର୍ଯ୍ୟନ୍ତ ପୋଲିସ ଘଟଣା ସନ୍ଦର୍ଭରେ ଅପମୃତ୍ୟୁ ମାମଲା ରୁଜୁ କରିଛି, କିନ୍ତୁ ଝୁଲିଥିବା ଅବସ୍ଥା, ଗଳିତ ଶରୀର ଓ ଆଗରୁ ନିଖୋଜ ଅବସ୍ଥାର ରିପୋର୍ଟ ମଧ୍ୟ ଏହି ମୃତ୍ୟୁକୁ ଘେରି ନୂଆ ପ୍ରଶ୍ନ ଉଠାଇଛି। ବଳରାମଙ୍କ ମୃତ୍ୟୁ ନିଜ ପ୍ରେରଣାରେ ହେଲା କି କେହି ତାଙ୍କୁ ହତ୍ୟା କରି ଅପମୃତ୍ୟୁ ଭାବେ ଦେଖାଇବାକୁ ଚେଷ୍ଟା କଲେ, ଏହି ଦିଗରେ ପୋଲିସ ଗଭୀର ତଦନ୍ତ ଆରମ୍ଭ କରିଛି।