କବିତା :-ଶୃଙ୍ଖଳା ସମାଜ ବିବେକ ********************* ମଣିଷର ବଡ ଭଲ ଗୁଣ ଟି ଶୃଙ୍ଖଳା l ଶୃଙ୍ଖଳା ବିନା ଜୀବନ ହୂଏଯେ ହୁଗୁଳା l l 1 ଛୋଟ ବେଳୁ ପିଲାଟିକୁ ଶୃଙ୍ଖଳା ଶିଖାଅ l ନିଜ ପିଲାର ଜୀବନ ହେବ ମଧୁମୟ l l 2 ଶୃଙ୍ଖଳା ବଳରେ ହେବ ସମାଜେ ଆଦୃତ l ମିଠା ହେବ ବର୍ତ୍ତମାନ ଆଉ ଭବିଷ୍ୟତ l l 3 ଶିଖି ଶିଖାଇବା ପାଇଁ ଦିଅହେ ପ୍ରେରଣା l ବିବେକ ସହିତ ହେବ ସମାଜରେ ଗଣା l l 4 ଶୃଙ୍ଖଳାରୁ ସୃଷ୍ଟି ହେବ ସୁନ୍ଦର ସମାଜ l ସମାଜରୁ ହଟିଯିବ ଅନୀତିର କାର୍ଯ୍ୟ l l 5 ନିଃସହାୟ ଅସହାୟ ନାରୀଟି ହସିବ l ସୁସ୍ଥ ଜୀବନରେ ସୃଷ୍ଟି ରଚନା କରିବ l l 6 ଥାନା ଅଦାଲତ ନହୋଇବ ଦରକାର l ରାଜକୋଷ ବୃଦ୍ଧି ହେବ ହସିବ ସଂସାର l l 7 ଶୃଙ୍ଖଳା ଜ୍ଞାନ ଟି ଯଦି କରିବା ପ୍ରଚାର l ସତ୍ୟଯୁଗ ପୁନଃ ଫେରି ଆସିବ ମର୍ତ୍ତ୍ୟର l l 8 ସତ୍ୟ, ଶାନ୍ତି, ଦୟା, କ୍ଷମା, ଅହିଂସା ଫେରିବ l ପରମାନନ୍ଦ ଜଗତେ ସଭିଏଁ ଦେଖିବ l l 9 ଶୃଙ୍ଖଳା ହିଁ ମୂଳ ଧର୍ମ ତାକୁ ସବୁ ପାଳ l ଏହାକୁ ପାଳିଲେ ବିଶ୍ୱେ ହେବଯେ ମଙ୍ଗଳ l l 10