ରାଇଘରରେ ଡକାୟତ ଙ୍କ ଆତଙ୍କ , ସୁନା ବ୍ୟବସାୟୀ ଓ ତାଙ୍କ ସ୍ତ୍ରୀ ଙ୍କୁ ଗୁଳିମାଡ଼ କରି ସୁନା-ରୂପା ଲୁଟ
ରାଇଘର, ୧୪ / ୬ (ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲାର ସଦର ମହକୁମା ରାଇଘର ଅଞ୍ଚଳ ଏକ ଭୟଙ୍କର ଅପରାଧିକ ଘଟଣାର ସାକ୍ଷୀ ହୋଇଛି । ଗତରାତି କଦଭଟା ଗ୍ରାମର ସୁନା ବ୍ୟବସାୟୀ ରାମ ଡାକୁଆଙ୍କ ଘରକୁ ହଠାତ ୭ ଜଣ ଅଜଣା ଡକାୟତ ମୁଖା ପିନ୍ଧି ପଶିଥିଲେ , ଅସ୍ତ୍ର ଦେଖାଇ ତାଙ୍କୁ ଏବଂ ତାଙ୍କ ସ୍ତ୍ରୀକୁ ଗୁଳି କରି ଆହତ କରିଛନ୍ତି। ଏହାପରେ ସେମାନେ ଘର ମଧ୍ୟରେ ଥିବା ଅନେକ ମୂଲ୍ୟବାନ ସୁନା ଓ ରୂପା ଗହଣା ଲୁଟି ନେଇ ଅନ୍ଧାରରେ ଫେରାର ହୋଇଯାଇଛନ୍ତି ।
ସୂଚନା ଅନୁଯାୟୀ, ରାମ ଡାକୁଆ ରାଇଘର ସେଡିକାଲ ଛକରେ ଏକ ସୁନା ଦୋକାନ ଚଳାଉଥିବା ଏକ ବ୍ୟବସାୟୀ। ପ୍ରତିଦିନ ସନ୍ଧ୍ୟା ବେଳେ ସେ ଦୋକାନ ବନ୍ଧ କରି ଗହଣା ଘରକୁ ନେଇଯାଉ ଥିଲେ। ଡକାୟତ ମାନେ ସେଥିରେ ନଜର ରଖି, ଯୋଜନାବଦ୍ଧ ଏକ ଅଭିଯାନ ଚଲାଇଥିବା ସନ୍ଦେହ ଜଣାପଡ଼ିଛି। ଘଟଣା ପରେ ଗୁରୁତର ଅବସ୍ଥାରେ ରାମ ଓ ତାଙ୍କ ସ୍ତ୍ରୀଙ୍କୁ ରାଇଘର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥିତି ଗମ୍ଭୀର ହେବା ସହିତ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ଓ ଭୟ ବ୍ୟାପିଛି।ପୋଲିସ ଘଟଣା ସ୍ଥଳରେ ପହଞ୍ଚି, ଅଞ୍ଚଳକୁ ଘେରାବନ୍ଦି କରି ଶୀଘ୍ର ତନାଘନା ଆରମ୍ଭ କରିଛି। ଅଞ୍ଚଳବାସୀଙ୍କୁ ସହଯୋଗ ଦେଵା ଅନୁରୋଧ କରାଯାଇଛି ଏବଂ ଅପରାଧୀମାନେ କେଉଁଠି ଲୁଚିଛନ୍ତି ବା କେଉଁ ଦିଗକୁ ପଳାଇଛନ୍ତି ବୋଲି ତଥ୍ୟ ମାଗିଛି। ଘଟଣାସ୍ଥଳରୁ କିଛି ଖାଲି ଗୁଳିର ଖୋଲ ଓ ଛାପ ମିଳିଛି, ଯାହା ଅନ୍ତର୍ଗତ ଅନୁସନ୍ଧାନରେ ମୂଲ୍ୟବାନ ସୂତ୍ର ରୂପେ ସାବିତ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏହି ଡକାଯାତ ଘଟଣା ରାଇଘର ଅଞ୍ଚଳରେ ଏକ ନୂଆ ଆଶଙ୍କା ଓ ଅନ୍ତର୍ଭୀତ ଅସୁରକ୍ଷାର ଅନୁଭବ ଜଣେଇଛି। ଅପରାଧୀମାନଙ୍କୁ ଶୀଘ୍ର ଗିରଫ କରି ଶିକ୍ଷା ଦିଆଯିବ ବୋଲି ପୋଲିସ୍ କହିଛି ।