ଗୁହାରୀ ଶୁଣ ମା ଦୂର୍ଗା
ଗୁହାରୀ ଶୁଣ ମା ଦୂର୍ଗା
🌸🌸🌸🌸🌸🌸
ଆଶ୍ୱିନ ମାସରେ କାସତଣ୍ଡି ଫୁଲ
ସବୁଜ କ୍ଷେତ ରେ ହସିଲା
ଶୁଭ ଆଗମନେ ସୁ ସ୍ୱାଗତମେ
ମା ଦୂର୍ଗା ଙ୍କ ର ରୂପ ଦିଶିଲା....
ଆମ ଭାରତ ସଂସ୍କୃତି ପୂଜା ରୀତି ନୀତି
ଦଶହରା ପର୍ବ ଏଇ
ଦଶଭୂଜା ଦୂର୍ଗା ଆଦିଶକ୍ତି ମାତା
ଲୋଡ଼ା ତୁମ କରୁଣା, ଆଶିଷ, ଛାଇ...
ସିଂହବାହିନୀ ମା ବିନାଶକାରୀ ତୁ
ପାପୀ ଙ୍କୁ କର ବିନାଶ
ଦୁର୍ନୀତି, କପଟି, ହିଂସୁକ ମାନଙ୍କୁ
ତୋ ତ୍ରିଶୂଳ ରେ କର ଧ୍ଵଂସ....
ଜଗତ ଜନନୀ ଦୁର୍ଗତି ନାସିନୀ
ଅଶ୍ରୁଭିଜା ଆତ୍ମା ମାଗୁଛି ଭିକ୍ଷା
ପାପୀ ଜନ ଭାର ଅସହ୍ୟ ହେଲାଣି
ଏ ନିରୀହ, ଅବଳା ଙ୍କୁ ମା ଦେ ତୁ ରକ୍ଷା..
ଭକତି ରେ ମା ମୁଁ ଡ଼ାକଇ ଯେ ତତେ
ତୁ ଶୁଣୁନୁ କାହିଁ ମୋ କଥା
ଗଗନ ପବନ କେବେ ଯେ କମ୍ପିବ
କେବେ ଭାଙ୍ଗିବ ତୋ ନୀରବତା...
ଏତିକି ପ୍ରାର୍ଥନା ମୋର କରିବୁନି ଚୁନା
ତୁ ଚାହିଁଲେ ମା ସବୁ ହେବ ସୁନା
ଏ ଅପରାଧ ରୋକ କର
ହୃଦୟ ରୁ କରେ ଭକ୍ତି ପ୍ରଣିପାତ
ମତେ ଆଶ୍ରିବାଦ ଦେ ତୋର....
ମତେ ଆଶ୍ରିବାଦ ଦେ ତୋର....🙏
🌸🌸🌸🌸🌸🌸🌸🌸
ପ୍ରଜ୍ଞାସ୍ମିତା ସାହୁ, ମଜୁରାଇ,, କଟକ