କବିତା:- ।।ବାପା।।
କବିତା:- ।।ବାପା।।
ବାପା କେତେ ରାତି ସୋଇ ନାହଁ
ପରା ମତେ ମଣିଷ କରିବା ପାଇଁ।।
ତମେ ପରା ସିଏ ଯିଏ ,ନିଜକୁ ଅନ୍ଧକାର କୁ ଠେଲି ଦେଇ
ଆଲୋକ ର ପଥ ମତେ ଥିଲ ଦେଖାଇ।
କେବେ,
ଅନ୍ଧାର ରାତିରେ ଦିପ ଶିଖା ଟିଏ ତ,
କେବେ ନିର୍ଜନ ରାସ୍ତା ର ସାଥୀ ଟିଏ ।।
ଆଉ କେବେ ,
କଣ୍ଟକିତ ବୁଦା ରେ ଫୁଲ ଟିଏ ପରି।
ତ କେବେ ପଥର ଶେଯ ରେ
ନରମ ଗଦୀ ଟିଏ ପରି।।
ବାପା ତମ ପାଇଁ ମୋର ଏତିକି ପର୍ଥନା
ତୁମରି ସେବାରେ ବିତିଯାଉ ସାରା ଜୀବନ।।
ତୁମେ ଯେ ଆମ ଘର ର ସାହାରା
ତୁମ ଖୁସି ପାଇଁ କେବେ କରିବିନି ଆନମନା।।
ସବୁ ଜନ୍ମ ରେ ତୁମରି ପାଖରେ
ହେଉ ମୋର ଝିଅ ଜନମ ।।
ନାମ- ମାନସୀ ମଞ୍ଜରୀ ସାମଲ
ଗ୍ରାମ - ବଡ଼ରମ୍ପାସ
ପୋଷ୍ଟ - ବଡ଼ରମ୍ପାସ
ବ୍ଲକ୍ - ହାଟଡିହି
ଜିଲ୍ଲା - କେନ୍ଦୁଝର
ପିନ୍ ନମ୍ବର - ୭୫୮୦୮୩