ଖରା
ଖରା
ଇଟା କାଏଁ ଖରାର୍ ଖରା
କେଭେ ନାଇଁ କହିଥାଇ ଅଜାବୁଢ଼ା !
କହୁଥିଲା,
ଇଟା କାଏଁ ବର୍ଷାର୍ ବର୍ଷା,
ଇଟା କାଏଁ ଶୀତର୍ ଶୀତ୍
ଆମର ବେଲେରେ ବାବୁ
ସବୁ ଲାଗୁଥିଲା ଦିହିକେ ହିତ୍ !
ଆଏଜ୍,
ନାଇଁ ଅଜାବୁଢ଼ା ଦେଖେଇ ଥିଁତି
ସହୁଛୁ କେତନି କେତେ ଖରା l
ହଁ, କହିଥିତା....
ଜଙ୍ଗଲ କାଟି ଟାଙ୍ଗର୍ କଲୁ
ଆର୍ ଭି ସହେବୁ କେତେ ?
ଏସି ହାୱାନେ ଜୀବନ ଲୁକାଇ
କହୁଛୁ, ସହୁଛୁଁ କେତନି କେତେ...???
ସତ୍ କହୁ ଥିଲା,
ଅଜାବୁଢ଼ା ମୋର୍.....
ଥିଲା ତ୍ ଘର୍ ତରାନୁ ଜଙ୍ଗଲ
ବାହାରଲେ ବାଘ୍ ଭାଲୁ ହବଡଉ ଥିଲା
ସେ ଦିନ ଆଏଜ୍ ତ୍ ସାତ ସପନ୍....!
ଖରାବଲି ଖରା ହଉଛେ ଗୋ ଅଜା
ପାରୁଥିବୁ ସେନୁ ଦେଖି
ନିଜର ଗୁଡେ ନିଜେ କୁରାଢ଼ି ମାରିଛେ
ପାରୁଛେ ଗୋ ଏବେ ବୁଝି l
ନିଜେ ଜିଇଁବାର୍ ସଂଗେ
ଆଏବାର ପିଢ଼ି ଲାଗି
ଗଛ ଜଗାବାକେ ହେବା
ନାଇଁ ହେଲେ ସଂସାର୍ ଉଜଡ଼ି ଯିବା
ସମିଆଁ ବେଶୀ ଆଉ ନାଇଁ ନା l
ଇହାଦେ ଆଇଛେ ବଢ଼େଟେ ସମିଆଁ
ଆମ୍, ଜାମ୍, ପଣସ, ଚାଆଁର, ଟୋଲ୍
ମଞ୍ଜି ଅଛେ ସଭକାର ଘରେ ଗଦା
ରାସ୍ତା ତରା ନୁ କ୍ଷେତ ଖଲା ହିଡ଼
ପଡ଼ିଆ ଦେଖି ମଞ୍ଜି ଥିଲେ ପୋତି
ବର୍ଷା ଆଏଲେ ହେବା ଗଜା
ଗଛ ବଞ୍ଚି ହେବା ବଢ଼େଟେ ଜଙ୍ଗଲ
ଖରାର ଆଉ ଜମା ନାଇଁ ରହେ ଡର l
ଇଟା କାଏଁ ଖରାର୍ ଖରା
ଏନ୍ତା କେତେ ଆଏଲେ ଭି
ଲାଗୁଥିବା ସତେ ମଜା l
ଇଟା କାଏଁ ଖରାର୍ ଖରା
କେଭେ ନାଇଁ କହିଥାଇ ଅଜାବୁଢ଼ା....!!
ସୁଶାନ୍ତ ରଣା
ସମ୍ପାଦକ, ରାଧାବଲ୍ଲଭ ନାଟ୍ୟ ସଂସଦ,
ତେରେସିଂହା, ଜି. କଳାହାଣ୍ଡି
ମୋ. ୭୮୯୪୬୫୮୨୭୪