Hot Posts

6/recent/ticker-posts

ଅହମିକା

 

ଅହମିକା


ଧନୀ ଜ୍ଞାନୀ ବୋଲି ନିଜକୁ ତୋଳିଲ
ନ ଚିହ୍ନିଲ ବଡ଼ ସାନ
ଅହମିକା ଗୁଣ ନ ଛାଡ଼ି ପାରିଲ
ପଛେ ହେଲ ଅସମ୍ମାନ
ସମ୍ମୁଖରେ ସର୍ବେ କଲେ ଜୟଗାନ
ନିମିଷକ ପାଇଁ ତାହା
ବାସ୍ତବରେ ତୁମେ ହୁଅ ହତାଦର
ତୁଣ୍ଡ ସତ୍ୟ କୁହେ ଯାହା
ମୁଁ ଯାହା ଚାହିଁବି ମୁଁ ତାହା କରିବି
କଳେ ବଳେ କୌଶଳରେ
ଗର୍ବ ଅହଂଭାବ ହାମବଡ଼ପଣ
ନ ହୋଇବ ସଫଳରେ
ସୁଖ ଦୁଃଖ ପରା ଦେଇଛି ବିଧାତା
ସୁଖ ପଛେ ସଦା ଧାଉଁ
ସବୁ ସୁଖଭୋଗ ତୁମ ପାଶେ ରହୁ
ଜଗତ ଚିନ୍ତା ନ ଥାଉ
ଜୀବନ ଓ ମୃତ୍ୟ ଅଟେ ମହାସତ୍ୟ
ତ୍ୟାଗ ଅହମିକା ଗୁଣ
ପଛ ପରିଣାମ ଖଞ୍ଜା ତୋ ପାଇଁକା
ନିୟତି ର ଵିଧି ଶୁଣ
ଅହମିକା ପଥେ କାମନା ଲାଳସା
ମନରେ ଭରି ତୁମର
ଭଲ କର୍ମ କରି ଦିଗ ବଦଳାଇ
ଗର୍ବ କରି ଚୁର ମାର
ଆଜି ଅଛି ଜୀବ କାଲି ଉଡିଯିବ
ନିନ୍ଦା ଟି ତୋଲାଗି ଥୁଆ
ଜନ ସମାଜରେ ହେବୁ କଳଙ୍କିତ
କୋକେଇରେ ହୋଇ ବୁହା
ସୁନା ରୁପା ଟଙ୍କା ବହୁତଳ କୋଠା
ନ ଯିବ ସାଥିରେ କେହି
ଛାଡ଼ି ଅପକିର୍ତ୍ତୀ ତେଜି ଅହଂନୀତି
ତଳକୁ ଆସ ଓଲ୍ହେଇ



ଦିବାକର ଦାସ  
ରାଉରକେଲା